ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର । ଆଜି ସେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି। ଅଶ୍ୱିନୀ ବ୍ୟକ୍ତିଗତ ସ୍ୱାଭିମାନ ପାଇଁ ଦଳ ଛାଡ଼ିଥିବା ଉଲ୍ଲେଖ କରିଛନ୍ତି। ଇସ୍ତଫାପତ୍ରରେ ତାଙ୍କୁ ତଥା ବରିଷ୍ଠ ନେତାଙ୍କୁ ଅବହେଳା କରାଯାଉ ଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଭିନ୍ନ ନିର୍ବାଚନରେ ଲଗାତାର କଂଗ୍ରେସର ବିପର୍ଯ୍ୟୟକୁ ନେଇ ସେ ଚିନ୍ତାପ୍ରକଟ କରିଛନ୍ତି । ଏଥିରେ ଅଶ୍ବିନୀ କୁମାର ଲେଖିଛନ୍ତି ଯେ, ସେ ଦଳ ବାହାରେ ରହି ଜାତୀୟ ପ୍ରସଙ୍ଗ ଉପରେ ଭଲ କାମ କରିପାରିବେ। ଏହା ବ୍ୟତୀତ ସେ ଦଳକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ଅଶ୍ବିନୀ କୁମାର ପଞ୍ଜାବରୁ ରାଜ୍ୟସଭା ସାଂସଦ ଥିଲେ। ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କର ଇସ୍ତଫା କଂଗ୍ରେସ ପାଇଁ ଏକ ବଡ଼ କ୍ଷତି ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି। ଅଶ୍ବିନୀ କୁମାର ସୋନିଆ ଗାନ୍ଧୀଙ୍କର ଖୁବ୍ ବିଶ୍ବସ୍ତ ଥିଲେ। ୨୦୦୦୯ରୁ ୨୦୧୪ ମଧ୍ୟରେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅମଳରେ ଅଶ୍ୱିନୀ ଆଇନ ମନ୍ତ୍ରୀ ଥିଲେ।
More Stories
ଆଜି ପୃଥିବୀକୁ ଫେରିବେ ଶୁଭାଂଶୁ…..
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….