ରିପୋର୍ଟ କାର୍ଡ / ବରଗଡ଼
ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅନ୍ତର୍ଗତ ମଣ୍ଡୋସିଲ ଗାଁ ରାସ୍ତାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ପିଙ୍କୁ ସାହୁ। ବିଳମ୍ବିତ ରାତିରେ ପିଙ୍କୁଙ୍କୁ କେହି ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଆଜି ସକାଳେ ପିଙ୍କୁଙ୍କ ମୃତଦେହ ଗାଁ ରାସ୍ତାରେ ପଡ଼ିଥିଲା। ଗ୍ରାମବାସୀ ଏହା ଦେଖି ପୋଲିସ କୁ ଖବର ଦେଇଥିଲେ। ପାଇକମାଳ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଜାରି ରଖିଛି। ଗତକାଲି ରାତିରେ ମଣ୍ଡୋସିଲରୁ ଭୁତମୁଣ୍ଡା ଯିବା ରାସ୍ତାରେ କିଛି ଯୁବକ ବାଇକରେ ଆସି ପିଙ୍କୁଙ୍କ ସହ ଝଗଡା କରିଥିଲେ। ସେହି ଯୁବକମାନେ ପିଙ୍କୁକୁ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।
More Stories
କେନ୍ଦ୍ରୀୟ ଡେପୁଟେଶନରେ ଯିବେ ୨ IPS ଅଫିସର….
ମେ’ ୧୫ରୁ ୨୦ ମଧ୍ୟରେ ଯୁକ୍ତ ୨ ପରୀକ୍ଷା ଫଳ…..
ସ୍ତ୍ରୀଙ୍କ ଉପରେ ରାଗି ଜାଳିଦେଲା ସ୍ୱାମୀ…..