ରିପୋର୍ଟ କାର୍ଡ / ବରଗଡ଼
ଓଡ଼ିଶାରେ ନିବାର୍ଚନ ଆଉ କିଛି ଦିନ ବାକିଥିବା ବେଳେ ଜବତ ହେଉଛି ପୁଳାପୁଳା ଟଙ୍କା। ବରଗଡ଼ ଜିଲ୍ଲାରୁ ଗତକାଲି ବରଗଡ଼ ଥାନା ହଲଦୀପାଲି ଛକରୁ ଏକ ପିକ୍ଅପ୍ ଭ୍ୟାନରୁ ୧୦ ଟଙ୍କା ଜବତ କରାଯାଇଥିବା ବେଳେ ପୁଣି ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଡ଼ଭା ଛକରେ ଚେକିଂ ବେଳେ ଦୁଇ ବାଇକ ଆରୋହୀଙ୍କ ଠାରୁ ୬ ଲକ୍ଷ ୫୨ ହଜାର ୮୦୦ ଟଙ୍କା ଜବତ କରିଛି ପୋଲିସ। ଦୁଇ ବାଇକ ଆରୋହୀ ହେଲେ ବଲାଙ୍ଗିର ଜିଲ୍ଲାର ମିତ୍ରଭାନୁ ସାହୁ ଓ ମନୋଜ କୁମାର ସାହୁ। ପୁଲିସ୍ ଜବତ ଟଙ୍କା ସମ୍ପର୍କରେ ଯୁବକ ଦ୍ୱୟଙ୍କୁ ପଚାରିଥିଲା। ମାତ୍ର ସେମାନେ ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିଲେ। ତେଣୁ ପୋଲିସ ଟଙ୍କା ପ୍ୟାକେଟ୍ ସହ ଗାଡ଼ିକୁ ଜବତ କରିଛି। ଏହାସହ ଦୁଇ ବାଇକ ଆରୋହୀଙ୍କୁ ଅଟକ ରଖିଛି। ନୋଟ୍ ଗୁଡ଼ିକୁ ଛୋଟ ଛୋଟ ପ୍ୟାକେଟ୍ରେ ପ୍ୟାଙ୍କିଂ ହୋଇଥିଲା। ତେବେ ଯୁବକ ଦ୍ୱୟ ଏତେ ଟଙ୍କା ନେଇ କୁଆଡେ ଯାଉଥିଲେ ସେନେଇ ତନାଘନା କରୁଛି ପୋଲିସ।






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….