ରିପୋର୍ଟ କାର୍ଡ / ବରଗଡ଼
ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆଜିଠାରୁ ଆରମ୍ଭ ହେବ। ବରଗଡ଼ ଲୋକ ସଭା ଏମ୍ପି ପ୍ରଦୀପ କୁମାର ପୁରୋହିତ ଏବଂ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ହାଟପଦାସ୍ଥିତ ରାଜ ଦରବାରରେ ଧନୁଯାତ୍ରା ମହୋତ୍ସବକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଜାନୁଆରୀ ୧୩ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଏହି ୧୧ ଦିନ ଅବଧି ମଧ୍ୟରେ ବରଗଡ଼ରେ କଂସ ଶାସନ ଚାଲିବ। ବରଗଡ଼ ସହର ମଥୁରାନଗରୀ ଏବଂ ଅମ୍ବାପାଲି ଗୋପପୁର ପାଲଟିବ। ଉଭୟ ସ୍ଥାନ ମଧ୍ୟରେ ପ୍ରବାହିତ ଜୀରାନଦୀ ଯମୁନା ହେବ। ତେବେ ବିଗତ ବର୍ଷ ଭଳି ଏଥର ମଧ୍ୟ ମହୋତ୍ସବର ପ୍ରଥମ ୭ଦିନ ହାଟପଦାରେ ନିର୍ମିତ ମଞ୍ଚ ଏବଂ ଶେଷ ୪ଦିନ ଲୋକମଣ୍ଡପ ପଡ଼ିଆରେ ନିର୍ମିତ ମଞ୍ଚ ରାଜ ଦରବାର ପାଲଟିବ। ଅନ୍ୟପଟେ ପ୍ରଥମ ୭ଦିନ ଲୋକମଣ୍ଡପ ପଡ଼ିଆ ଏବଂ ଶେଷ ୪ଦିନ ହାଟପଦାରେ ନିର୍ମିତ ମଞ୍ଚରେ ରଙ୍ଗ ମହଲ ଦୃଶ୍ୟାଭିନୟ ଅଭିନୀତ ହେବ।






More Stories
ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ…..
କାଳବୈଶାଖୀ କୁ ନେଇ ସତର୍କ ସୂଚନା ଜାରି…..
ବିଜେଡି କଟକ କନ୍ଦଳ…..