ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି କରିବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜର ବର୍ଦ୍ଧିତ ଦରମା ଗ୍ରହଣ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ଏଭଳି ସ୍ଥିତିରେ ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ନିଜର ବର୍ଦ୍ଧିତ ଦରମା ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି କିମ୍ବା ଜିଲାପାଳଙ୍କ ରେଡକ୍ରସ ପାଣ୍ଠିକୁ ଦାନ କରିବା ପାଇଁ ଘୋଷଣା କରିଛନ୍ତି। ଏହାକୁ ସାଧାରଣ ଜନତାଙ୍କ ପାଇଁ ଖର୍ଚ୍ଚ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ନିଜ ସାମାଜିକ ଗଣମାଧ୍ୟମ ଏକାଉଣ୍ଟ ମାଧ୍ୟମରେ ଷଡ଼ଙ୍ଗୀ ଏହି ସୂଚନା ଦେବା ପରେ ବିଭିନ୍ନ ମହଲରୁ ତାଙ୍କର ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି।






More Stories
ସ୍ନାନ ଯାତ୍ରା ପ୍ରସ୍ତୁତି;ପହଣ୍ଡି ପ୍ରାତଃ ୫ ଟା ରୁ!…..
ମୁଖ୍ୟମନ୍ତ୍ରୀ ନେଲେ ଆକ୍ସନ;୪ ନିଲମ୍ବିତ……
ରାଜଧାନୀରେ ଜଳିଗଲା କାର…..