ରିପୋର୍ଟ କାର୍ଡ / ଭୁବନେଶ୍ୱର
ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଙ୍କ ପାରିବାରିକ ବିବାଦର ନୂଆ ମୋଡ ନେଇଛି | ଉଭୟଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା ପାଇଁ ଫ୍ୟାମିଲ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି | ପୂର୍ବରୁ ବାରମ୍ବାର ତାରିଖ ଧାର୍ଯ୍ୟ ପରେ ବି ସାକ୍ଷ୍ୟଗ୍ରହଣ ପାଇଁ ବର୍ଷା କୋର୍ଟ ଆସୁନଥିଲେ । ଅନୁଭବ ବି ଛାଡପତ୍ର ପିଟିସନରେ ବିବାହ ସ୍ଥାନ ବି ଭୁଲ ଦେଇଥିଲେ | ତେବେ ଏହି ମାମଲାର ଶୁଣାଣି କରି କୋର୍ଟ ଉଭୟଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ଫାଇନ୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କାରବାରରେ ଅଯଥା ବିଳମ୍ବ କରିବାରୁ ଉଭୟ ଟଙ୍କା ଗଣିବେ | ଉଭୟଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି । ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷାଙ୍କ ଆବେଦନ ଓ ବିବାହ ସ୍ଥାନ ତଥ୍ୟରେ ସଂଶୋଧନ ପାଇଁ ଅନୁଭବଙ୍କ ଆବେଦନକୁ ଗ୍ରହଣ କରାଯାଇଛି ।
More Stories
ପରଲୋକରେ ମନୋଜ କୁମାର….
ଅଭିନେତା ଉତ୍ତମ ମହାନ୍ତି ହସ୍ପିଟାଲ୍ରେ ଭର୍ତ୍ତି….
ସୋନୁ ସୁଦ୍ଙ୍କ ନାଁରେ ଗିରଫ ପରଓ୍ବାନା ଜାରି…..