Report Card Odisha

| Daily Odia News

ବର୍ଷା-ଅନୁଭବ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କଲେ ହାଇକୋର୍ଟ…..

ରିପୋର୍ଟ କାର୍ଡ / କଟକ

ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦର ପୂର୍ଣ୍ଣଛେଦ ପଡିଛି | ଏହି ମାମଲାରେ ଗୁରୁବାର ବିବାଦ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ହାଇକୋର୍ଟ। ବିବାହ ବିଚ୍ଛେଦ ମାମଲାର ତ୍ୱରିତ ଶୁଣାଣି ପାଇଁ ଅନୁଭବ କରିଥିବା ଆବେଦନର ଅନ୍ତ ଘଟାଇ ହାଇକୋର୍ଟ କହିଛନ୍ତି ଯେ, ପୂର୍ବରୁ ସେହିପରି ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଭଳି ଅନେକ ବିବାହ ବିଚ୍ଛେଦ ମାମଲା ପଡ଼ି ରହିଥିବାରୁ ତ୍ୱରିତ ଶୁଣାଣି ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଏହାର ତ୍ୱରିତ ଶୁଣାଣି ନିର୍ଦ୍ଦେଶ ପାଇଁ ସାଂସଦ ଅନୁଭବ ମହାନ୍ତି ଆବେଦନ କରିଥିଲେ। ସୂଚନା ଅନୁସାରେ- ବର୍ଷା ଏବଂ ଅନୁଭବ ପରସ୍ପରକୁ ଦୋଷାରୋପ କରି ଫାମିଲି କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ତେବେ ମାମଲାର ଶୁଣାଣି ହେବା ଆଗରୁ ଉଭୟଙ୍କୁ କଂସିଲେଶନ ଜରିଆରେ ବିବାଦର ଅନ୍ତ ଘଟାଇବା ଲାଗି ସୁଯୋଗ ଦେଇଥିଲେ ଅଦାଲତ । ଏକାଧିକ ବାର କନ୍ସିକେଶନ ପାଇଁ ଉଭୟ ଆସିଥିଲେବି ତାହା ଫଳପ୍ରଦ ହୋଇନଥିଲା । ତେବେ ଅନେକ ବାର୍ କଂସିଲେଶନ ପାଇଁ ବର୍ଷା ଅନୁପସ୍ଥିତ ରହୁଥିବାର ସାନି ଅଭିଯୋଗ କରିଥିଲେ ଅନୁଭବ । ଫାମିଲି କୋର୍ଟ ମାମଲାର ତ୍ବରିତ ଶୁଣାଣି କରନ୍ତୁ ବୋଲି ଆବେଦନ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସାଂସଦ ଅନୁଭବ ମହାନ୍ତି । ଯାହାର ଆଜି ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ତେଣେ ଅନୁଭବଙ୍କ ଓକିଲ କହିଛନ୍ତି ଯେ, ନିମ୍ନ ଅଦାଲତରେ କନ୍ସିଲେଶନ ପ୍ରକ୍ରିୟା ଏକ ପ୍ରକାର ବନ୍ଦ ହୋଇସାରିଛି । ଉଭୟ ପକ୍ଷଙ୍କ ଆବେଦନ ଉପରେ ଶୁଣାଣି ଆରମ୍ଭ ହେବାକୁ ଯାଉଛି । ତେଣୁ ଆଗକୁ କଟକ ଫାମିଲି କୋର୍ଟରେ କେମିତି ତ୍ବରିତ ଶୁଣାଣି ହୋଇପାରିବ ସେନେଇ ଆମେ ଚେଷ୍ଟା କରିବୁ ।

Breaking News