ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗର ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ମାମଲାରେ ସିବିଆଇ ପକ୍ଷରୁ ୯ଟି ଏଫଆଇଆର ଦାଖଲ କରାଯାଇଛି । କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସିବିଆଇ ପକ୍ଷରୁ ମାମଲାର ତଦନ୍ତ ଆରମ୍ଭ କରାଯାଇଥିବା ବେଳେ୯ଟି ଏଫଆଇଆର ଦାଖଲ କରାଯାଇଛି । ପୀଡିତ ପରିବାରଙ୍କ ବୟାନ ମଧ୍ୟ ରେକର୍ଡ କରାଯାଉଛି । ଏଫଆଇଆର ମଧ୍ୟରେ ଅଭିଜିତ ସରକାରଙ୍କ ହତ୍ୟା ମାମଲା ମଧ୍ୟ ରହିଛି । ଏହା ସହିତ ସିବିଆଇ ପକ୍ଷରୁ ଆହୁରି ଏକାଧିକ ମାମଲା ରୁଜୁ କରାଯିବ ବୋଲି ଜଣାପଡିଛି । ବେଙ୍ଗଲ ପୋଲିସ ପକ୍ଷରୁ ଅଧିକ ସୂଚନା ମିଳିବା ପରେ ଏଫଆଇର ସଂଖ୍ୟା ବୃଦ୍ଧି ପାଇପାରେ । ଫରେନସିକ୍ ବିଶେଷଜ୍ଞଙ୍କ ସହିତ ସିବିଆଇ ଅଧିକାରୀ ମାନେ ଅପରାଧ ସ୍ଥାନକୁ ଭ୍ରମଣ କରିବେ ବୋଲି ସୂଚନା ମିଳିଛି । ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଏହି ଟିମର ନେତୃତ୍ୱ ନେଉଥିବା ବେଳେ ଜଣେ ଆଇଜି, ଜଣେ ବରିଷ୍ଠ ଏସପି ଓ ୩ ଜଣ ଏସପି ଏହି ଟିମରେ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବେଙ୍ଗଲ ନିର୍ବାଚନ ପରବର୍ତ୍ତୀ ହିଂସାର ସମସ୍ତ ହତ୍ୟା ଓ ଦୁଷ୍କର୍ମ ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଥିଲେ ହାଇକୋର୍ଟ ।
Discussion about this post