Report Card Odisha

| Daily Odia News

ବାସ୍ତୁ ଦୋଷ ଦୂର କରେ ଶଙ୍ଖ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଶଙ୍ଖକୁ ଅତ୍ୟନ୍ତ ପବିତ୍ର ଏବଂ ପୂଜନୀୟ ଭାବରେ ବିବେଚନା କରାଯାଏ। ପୌରାଣିକ ମାନ୍ୟତା ଅନୁଯାୟୀ ସମୁଦ୍ର ମନ୍ଥନରେ ବାହାରିଥିବା ୧୪ଟି ମୂଲ୍ୟବାନ ରତ୍ନ ମଧ୍ୟରୁ ଶଙ୍ଖର ଉତ୍ପତି ହୋଇଥିଲା । ଏହାକୁ ଘରର ପୂଜା ସ୍ଥାନରେ ରଖାଯାଇଥାଏ। ହିନ୍ଦୁ ଧର୍ମରେ ଶଙ୍ଖର ବିଶେଷ ମହତ୍ତ୍ୱ ରହିଛି।

ପୂଜାପାଠ କିମ୍ବା କୌଣସି ଧାର୍ମିକ କାର୍ଯ୍ୟରେ ଶଙ୍ଖ ବଜା ଯାଇଥାଏ। ଚାଲନ୍ତୁ ଜାଣିବା ଶଙ୍ଖ ବଜାଇବା ଏବଂ ଘରେ ରଖିବାର ଫାଇଦା ବିଷୟରେ।

୧. ଧାର୍ମିକ ବିଶ୍ୱାସ ଅନୁଯାୟୀ ଦେବୀ ଲକ୍ଷ୍ମୀ ଶଙ୍ଖରେ ବାସ କରନ୍ତି। ତେଣୁ, ଘରେ ଶଙ୍ଖ ରଖିବା ଦ୍ୱାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ବୈଜ୍ଞାନିକ ଦୃଷ୍ଟିକୋଣରୁ ଶଙ୍ଖକୁ ବଜାଇବା ପାଇଁ ବହୁତ ଶକ୍ତି ଆବଶ୍ୟକ ହୁଏ, ଯେଉଁ କାରଣରୁ ଫୁସଫୁସ ବିସ୍ତାର ହୁଏ। ଏହି କାରଣରୁ ଆଜମା ଏବଂ ଶ୍ୱାସ ରୋଗ ସବୁଦିନ ପାଇଁ ଶେଷ ହୋଇଯାଏ।

୨. ପୂଜାପାଠ ସମୟରେ ଶଙ୍ଖ ଧ୍ୱନୀ ପରିବେଶକୁ ଶୁଦ୍ଧ କରିଥାଏ। ଏହାକୁ ଶୁଣିବା ଦ୍ୱାରା ଲୋକଙ୍କ ମନରେ ସକରାତ୍ମକ ଚିନ୍ତାଧାରା ସୃଷ୍ଟି ହୁଏ। ବୈଜ୍ଞାନିକଙ୍କ ଅନୁଯାୟୀ ଶଙ୍ଖର ଶବ୍ଦ ପରିବେଶରେ ଥିବା ଜୀବାଣୁକୁ ମାରିଦିଏ।

୩. ଶଙ୍ଖରେ ଜଳ ଭର୍ତ୍ତି କରି ଶିବ, ଲକ୍ଷ୍ମୀ ଆଦି ଦେବା ଦେବୀଙ୍କୁ ଅଭିଷେକ କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି ଏବଂ ସେମାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଏହାକୁ ବଜାଇବା ଦ୍ୱାରା ଶରୀର ସହିତ ମସ୍ତିଷ୍କରେ ରକ୍ତ ସଞ୍ଚାଳନ ବଢିଥାଏ।

୪. ଶଙ୍ଖରେ କ୍ୟାଲସିୟମ୍, ଫସଫରସ୍ ଏବଂ ଗନ୍ଧକ ରହିଥାଏ ଏବଂ ଏଥିରେ ରଖାଯାଇଥିବା ପାଣିକୁ ପିଇବା ଦ୍ୱାରା ହାଡ ମଜବୁତ ହୋଇଥାଏ।

Breaking News