ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖଣ୍ଡଗିରି-ଉଦୟଗିରି ନିକଟସ୍ଥ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିବ | ଖଣ୍ଡଗିରି ଛକରୁ ଉଦୟଗିରି ନୂଆ ପାର୍କିଂ ଯାଏ ଥିବା ରାସ୍ତାକୁ ବନ୍ଦ କରିଛି ପ୍ରତ୍ନତତ୍ତ୍ୱ ବିଭାଗ । ପର୍ଯ୍ୟଟକଙ୍କ ଚଳପ୍ରଚଳ ବେଳେ କୌଣସି ପ୍ରକାର ଦୁର୍ଘଟଣାକୁ ଏଡାଇବାକୁ ଦୀର୍ଘ ଦିନରୁ ଏ ପଦକ୍ଷେପ ନେବାକୁ ଯୋଜନା କରିଥିଲା ଏଏସଆଇ । ତାସହ ଭାରିଯାନ ଚାଲିବା ଫଳରେ ଐତିହ୍ୟ ସ୍ଥଳ ଉପରେ ବିପଦ ଥିବାରୁ ଉକ୍ତ ରାସ୍ତା ଦେଇ ସମସ୍ତ ଯାନବାହନ ଚଳାଚଳକୁ ବନ୍ଦ କରିଦିଆଯାଇଛି। ପାର୍କିଂ ସ୍ଥଳୀରୁ କୀର୍ତ୍ତିରାଜି ଯାଏଁ ବୟସ୍କ ଲୋକଙ୍କ ପାଇଁ ଖୁବଶୀଘ୍ର ବ୍ୟାଟେରୀ ଚାଳିତ ଯାନ ବ୍ୟବସ୍ଥା କରିବାକୁ କହିଛି ଏଏସଆଇ।






More Stories
ବାଛୁରୀ ପାଟିରେ ଫୁଟିଛି ବାରୁଦ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..