Report Card Odisha

| Daily Odia News

ଟ୍ରେନ୍ ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଟ୍ରେନ୍ ଟଏଲେଟ୍ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଧାନବାଦ ଏକ୍ସପ୍ରେସର ଏକ ବଗିରେ ଥିବା ଟଏଲେଟରୁ ମୃତଦେହ ଉଦ୍ଧାର କରିଛି ଜିଆରପି । ଏନେଇ ଅଧିକ ତଦନ୍ତ ଜାରି ରହିଛି । ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଷ୍ଟେସନ୍‌ର ଟ୍ରେନ୍ ୟାର୍ଡରେ ସଫେଇ ବେଳେ ଧାନବାଦ ଏକ୍ସପ୍ରେସର ଏକ ବଗିର ଟଏଲେଟ୍‌ରେ ମୃତଦେହ ଦେଖିବାକୁ ମିଳିଥିଲା । ଭୁବନେଶ୍ବର ଷ୍ଟେସନରେ ଟ୍ରେନ୍ ଲାଗିବା ପରେ ସଫା କରିବା ପାଇଁ ଟ୍ରେନକୁ ୟାର୍ଡକୁ ପଠାଯାଇଥିଲା । ଟଏଲେଟ୍ ଭିତରେ ମୃତଦେହ ଦେଖି ସଫେଇ କର୍ମଚାରୀ ଜିଆର୍‌ପିକୁ ଖବର ଦେଇଥିଲେ । ତେବେ ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ମୃତ୍ୟୁ କିଭଳି ହେଲା ତାହା ଅସ୍ପଷ୍ଟ ରହିଛି । ଯୁବତୀଙ୍କୁ ହତ୍ୟା କରାଯାଇଛି ନା ସ୍ବାଭାବିକ ମୃତ୍ୟୁ ତାହାର ତଦନ୍ତ ଜାରି ରହିଛି ।

Breaking News