ରିପୋର୍ଟ କାର୍ଡ / ଭୁବନେଶ୍ୱର
ମଞ୍ଚେଶ୍ବର ରେଳ ଷ୍ଟେସନ୍ ରଙ୍ଗମାଟିରେ ଏକ ଇ-ସ୍କୁଟର ଜଳି ଯାଇଛି। ଜଣେ ଯୁବତୀ ଏହି ଇ-ସ୍କୁଟରକୁ ଚଳାଇ ଯାଉଥିବା ବେଳେ ପ୍ରଥମେ ବ୍ୟାଟେରିରୁ ଧୂଆଁ ବାହାରିଥିଲା। ପରେ ରାସ୍ତା ଉପରେ ସ୍କୁଟରଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ଯୁବତୀ ଜଣକ ଗାଡ଼ି ଛାଡ଼ି ପଳାଇଥିଲେ। ଫଳରେ ଏକ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ସ୍ଥାନୀୟ ଲୋକ ନିଆଁ ଲିଭାଇବାକୁ ଚେଷ୍ଟା କରିବା ବେଳକୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ତେବେ ବ୍ୟାଟେରି ଅଧିକ ଗରମ ହୋଇଯାଇଥିବାରୁ ଏପରି ହୋଇଥିବା ଗାଡ଼ି ପ୍ରସ୍ତୁତକାରୀ କମ୍ପନି ପ୍ରାଥମିକ ତଦନ୍ତରୁ ଜଣାପଡିଛି |






More Stories
ରାଜପଥରେ ଯୁବକଙ୍କୁ ହାଣିଦେଲେ…..
ଖାରବେଳଙ୍କ ଉପରୁ ଉଠିଲା ନିଲମ୍ୱନ…..
ଜଳୁଛି ରାଜଧାନୀ;ରେକର୍ଡ ଭାଙ୍ଗିଲା ତାତି…..