ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସମ୍ କୋଭିଡ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି କରାଯାଇଛି। ଏନେଇ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ପୂର୍ବରୁ ଯେଉଁ ହସ୍ପିଟାଲ ଗୁଡିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ସେମାନଙ୍କୁ ଆବଶ୍ୟକ ସ୍ଥଳେ ପୁଣିଥରେ ନିୟୋଜିତ କରାଯିବ। ରାଜ୍ୟ ସରକାର କରୋନା ସ୍ଥିତି ସମୀକ୍ଷା କରି ସମସ୍ତ କୋଭିଡ୍ କେୟାର ସେଣ୍ଟର ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜିଲ୍ଲାପାଳ ,ସିଡ଼ିଏମଓ ଏବଂ ମୁନିସପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅଥିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି । ବିଭିନ୍ନ କୋଭିଡ କେୟାର ସେଣ୍ଟରରେ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେପେଟେ ରାଜଧାନୀରେ କୋଭିଡ ସ୍ଥିତି ନେଇ ବିଏମ୍ସି କମିଶନରଙ୍କ ପ୍ରତିକ୍ରିୟା ଆସିଛି । ଏହି ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ‘କୋଭିଡ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ସେଥିପାଇଁ ଆମେ ସଜାଗ ଅଛୁ। ଏନ୍ଫୋର୍ସମେଣ୍ଟକୁ ଆମେ କମିଶନରରେଟ ପୋଲିସ ସହ ମିଶି ଆହୁରି ତ୍ବରାନ୍ବିତ କରିଛୁ। ନବମ ଏକାଦଶ ଶ୍ରେଣୀ ବାତିଲ ନେଇ ସରକାରଙ୍କ ନିର୍ଦ୍ଦେଶନାମା ପରେ ଆବାସିକ ଶିକ୍ଷାଅନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାଂଶ ଶିକ୍ଷାନୁଷ୍ଠାନରେ ପରୀକ୍ଷା ଶେଷ ହୋଇଛି। ଏଣୁ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟ ଏହାକୁ ନିର୍ଦ୍ଦେଶ ଅନୁଯାୟୀ ଅନୁପାଳନ କରିବାକୁ କୁହାଯାଇଛି। ବୃଦ୍ଧି ପାଉଥିବା ସଂକ୍ରମଣକୁ ଚେକ ଦେବା ପାଇଁ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ବର୍ତ୍ତମାନ ଆମେ ଲାକଡାଉନ ଓ ସଟଡାଉନ କଥା ଚିନ୍ତା କରିନୁ, ଏନ୍ଫୋର୍ସମେଣ୍ଟ, ମାଇକ୍ରୋ କଣ୍ଟେନମେଣ୍ଟ ଓ ସଚେତନତା ଉପରେ ଗୁରୁତ୍ୱ ଦେଉଛୁ।’






More Stories
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….
ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ:ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ……