Report Card Odisha

| Daily Odia News

ଭୁବନେଶ୍ଵର ୟୁନିଟ୍‌-୧ ଏସବିଆଇ ମୁଖ୍ୟ ଶାଖା ସିଲ୍‌…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ଵର ୟୁନିଟ୍‌-୧ରେ ଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ଶାଖାକୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଏହି ଶାଖାର ପ୍ରାୟ ୨୫ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ ହେବା ପରେ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ବ୍ୟାଙ୍କକୁ ବିଏମସି ସିଲ୍‌ କରିଛି । ସୂଚନା ଅନୁସାରେ, ପୂର୍ବରୁ ମଧ୍ୟ ଏହି ଶାଖାରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଫଳରେ ବିଏମସି ବ୍ୟାଙ୍କକୁ ଦୁଇ ଦିନ ପାଇଁ ସିଲ୍‌ କରିଦେଇଥିଲା। ଏହା ପରେ ବ୍ୟାଙ୍କର ଅନ୍ୟ କର୍ମଚାରୀମାନଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା। ଯେଉଁଥିରୁ ପ୍ରାୟ ୨୫ ଜଣ ପିଜିଟିଭ୍‌ ବାହାରିଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସର୍ବାଧିକ କରୋନା ଆକ୍ରାନ୍ତ ବାହାରୁ ଥିବା ବେଳେ ଆଜି ୧୪୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି |

Breaking News