ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ଵର ଏୟାରପୋର୍ଟ ଡମ୍ପିଂୟାର୍ଡ ନିକଟରେ ବୁଲୁଥିବା ଜନ୍ତୁ ବାଘ ନା ବଣଭୁଆ |ଏ ନେଇ ସ୍ପଷ୍ଟିକରଣ ରଖିଛନ୍ତି ବନ ବିଭାଗର ଅଧିକାରୀ। ଖାନ୍ ତଲାସୀ ବେଳେ ଆଜି ଭୋର୍ ସମୟରେ କର୍ମଚାରୀମାନେ ଏକ ବଣଭୁଆ ଦେଖିଥିବା କହିଛନ୍ତି। ହେଲେ ଏଯାଏଁ ଧରାପଡିନଥିବାରୁ ତାହା ବାଘ କି ଅନ୍ୟ କେଉଁ ଜନ୍ତୁ ତାହା ସ୍ପଷ୍ଟ ହୋଇନି। କିନ୍ତୁ ବଣଭୁଆ ନେଇ ଯାହା ଆକଳନ କରାଯାଉଛି। ତେବେ ବାଘ ଥିବା ଚର୍ଚ୍ଚା ପରେ ଶନିବାର ବିଳମ୍ବିତ ରାତିରେ ୪ଟି ଟ୍ରାପ୍ କ୍ୟାମେରା ଲଗାଯାଇଛି। ପୂର୍ବରୁ କୁକୁଡା ଥୋପ ଦେଇ ଯନ୍ତା ବସାଇଛି ବନ ବିଭାଗ। ସେପଟେ ଏହି ଚର୍ଚ୍ଚା ପରଠାରୁ ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ୫ ବର୍ଷ ପୂର୍ବରୁ ବନ ବିଭାଗ ଏହି ଅଞ୍ଚଳରୁ ଏକ କଲରାପତରିଆ ବାଘକୁ ଉଦ୍ଧାର କରିଥିଲା। କିନ୍ତୁ ଏବେ ସୁଦ୍ଧା ବନ ବିଭାଗ ଯାହା କହୁଛି , ଏହା କଲରାପତରିଆ ବାଘ ନୁହେଁ, ବଣ ଭୁଆଁ ହୋଇଥାଇପାରେ। ଯେହେତୁ ତାକୁ ଧରାଯାଇନାହିଁ , ସେଥିପାଇଁ ଏହା ସ୍ପଷ୍ଟ ରୂପରେ କୁହାଯାଇପାରୁନାହିଁ ବାଘ ନା ବଣଭୁଆ ।






More Stories
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..
ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ….
ଆଜିଠୁ ସୁଭଦ୍ରା ଆବେଦନ…..