ରିପୋର୍ଟ କାର୍ଡ / ଭୁବନେଶ୍ୱର
ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା କାର୍ | ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର କଳ୍ପନା ପାନ୍ଥନିବାସ ନିକଟରେ ଏହି ଅଘଟଣ ଘଟିଛି। ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ରାଜ୍ୟ ସରକାରଙ୍କ ସୂଚନା କମିଶନଙ୍କ ରେଜିଷ୍ଟ୍ରାର ଓ ତାଙ୍କ ଡ୍ରାଇଭର। ଆଜି ସକାଳେ ରେଜିଷ୍ଟ୍ରାର ଓ ଡ୍ରାଇଭର କୌଣସି କାମରେ ଯାଉଥିବା ବେଳେ କଳ୍ପନା ପାନ୍ଥନିବାସ ନିକଟରେ କାର୍ରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଥିବା ଦେଖି ଡ୍ରାଇଭର ଓ ରେଜିଷ୍ଟ୍ରାର କାରରୁ ଓହ୍ଲାଇ ପଡ଼ିଥିଲେ। ପରେ କାର୍ଟି ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ କାର୍ରେ କିପରି ନିଆଁ ଲାଗିଲା, ତାହା ଜଣାପଡ଼ିନାହିଁ। ସର୍ଟ ସିର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….