ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱରର ବାଣୀ ବିହାର ଏବଂ ଲିଙ୍ଗରାଜ ରେଲୱେ ଷ୍ଟେସନରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ସୂତ୍ରରୁ ପ୍ରକାଶ, ଶୁକ୍ରବାର ରାଜଧାନୀ ଭୁବନେଶ୍ୱରର ଏହି ଦୁଇଟି ପ୍ରମୁଖ ରେଲୱେ ଷ୍ଟେସନରୁ ଗୋଟିଏ ଲେଖାଏଁ ମୃତଦେହ ଉଦ୍ଧାର ହୋଇଛି। ମୃତ ଦୁଇ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ। ଏହି ଘଟଣା ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ ରହିଥିଲା ବେଳେ ରେଲୱେ ପୋଲିସ ଏବଂ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ୍ୟୁର କାରଣ ଜାଣିବା କରିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି ବୋଲି ଖବର ମିଳିଛି।






More Stories
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……