Report Card Odisha

| Daily Odia News

ବିମାନ ବନ୍ଦରରେ ଚେକିଙ୍ଗ ଜୋରଦାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଗକୁ ନିର୍ବାଚନ ଥିବା ବେଳେ ଏହାକୁ ଅବାଧ ଓ ନିରପେକ୍ଷ କରିବାକୁ ଜୋରଦାର ହେଉଛି ଚଢ଼ାଉ। ଭୁବନେଶ୍ୱର ଆସୁଥିବା ସବୁ ଯାତ୍ରୀଙ୍କୁ ତନ ତନ କରି ଯାଞ୍ଚ କରିବାକୁ ବିମାନ ବନ୍ଦରରେ ଡେରା ପକାଇଛନ୍ତି ଷ୍ଟାଟିକ ସର୍ଭିଲାନ୍ସ ଟିମ୍‌ । ଚେକିଂ ପଏଣ୍ଟରୁ ଖସି ଆସି ହେବ, ହେଲେ ଏଠାରୁ ଖସିବା ଅସମ୍ଭବ ବୋଲି କହିଛନ୍ତି ଷ୍ଟାଟିକ ସର୍ଭିଲାନ୍ସ ଟିମ୍‌ ଅଧିକାରୀ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱତନ୍ତ୍ର କ୍ୟାମ୍ପ କରି ଡେରା ପକାଇଛି ଷ୍ଟାଟିକ ସର୍ଭିଲାନ୍ସ ଟିମ୍ । ଏହି ଟିମ୍‌ର ୫ ସଦସ୍ୟ ୨୪ ଘଣ୍ଟିଆ ଡ୍ୟୁଟି କରି ବିମାନ ବନ୍ଦରକୁ ଯା ଆସ କରୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖିଛନ୍ତି। ଏପରିକି ସେମାନେ ସମସ୍ତ ଯାତ୍ରୀଙ୍କ ବ୍ୟାଗ୍‌ ବି ଯାଞ୍ଚ କରାଯାଉଛି। ଏହି ଟିମ୍‌ର ଅଧିକାରୀ କହିଛନ୍ତି, ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଆମେ ଏଠାରେ ଡ୍ୟୁଟି କରୁଛୁ। ଭୁବନେଶ୍ୱର ଆସୁଥିବା ଲୋକଙ୍କ ଉପରେ ତୀକ୍ଷଣ ନଜର ରଖିଛୁ ସମସ୍ତଙ୍କ ବ୍ୟାଗ ଚେକ୍‌ କରିବୁ । ସନ୍ଦେହ ହେଲେ ତୁରନ୍ତ ଖୋଳତାଡ଼ ବି ଆରମ୍ଭ କରି ଦେଉଛୁ। ଆମ ନଜରରୁ ବର୍ତ୍ତିବା ଖୁବ୍‌ କଷ୍ଟ। ଆଗକୁ ନିର୍ବାଚନ ଥିବା ବେଳେ ଅବାଧ ନିରପେକ୍ଷ ନିର୍ବାଚନ ପାଇଁ ବିମାନବନ୍ଦରରେ ସଜାଗ ରହିଛି ଟିମ୍। ଭୁବନେଶ୍ୱରକୁ ଯେପରି କୌଣସି ସନ୍ଦିଗ୍ଧ ଜିନିଷ ନ ଆସେ ତାହା ଉପରେ ରହିଛି ଅଧିକାରୀଙ୍କ ନଜର।

Breaking News