Report Card Odisha

| Daily Odia News

ଭୁବନେଶ୍ୱର ରୁ ୨୬୦ ଗ୍ରାମ୍ ବ୍ରାଉନସୁଗାର ଜବତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱର ରୁ ୨୬୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି | କମିସନରେଟ ପୋଲିସ ଓ ବାଲିଅନ୍ତା ଥାନା ପୋଲିସ କେସୁରା ଅଞ୍ଚଳରୁ ମୃଣାଲ ସାମଲ ନାମକ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି । ତା ପାଖରୁ ୨୬୦ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ସୂଚନାଯୋଗ୍ୟ, କମିସନରେଟ ପୋଲିସ ଗତ ଏକ ବର୍ଷ ମଧ୍ୟରେ ୧୦ କେଜି ବ୍ରାଉନସୁଗାର ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ। ଉଭୟ ଭୁବନେଶ୍ୱର ଓ କଟକ ୟୁପିଡି ପୋଲିସ ୧୦ କେଜି ବ୍ରାଉନସୁଗାର ଜବତ କରିଛି। ଏନେଇ ୩୩ ଟି ମାମଲା ହୋଇଥିବା ବେଳେ ୬୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିସନରେଟ ପୁଲିସ। ଏଥିମଧ୍ୟରୁ ଭୁବନେଶ୍ୱର ୟୁପିଡି ପୁଲିସ ୫ କେଜି ୬୬୦ ଗ୍ରାମ ଓ କଟକ ୟୁପିଡି ପୁଲିସ ୪ କେଜି ୬୬୪ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ଜଣାଯାଇଛି।

 

Breaking News