ରିପୋର୍ଟ କାର୍ଡ / ଭୁବନେଶ୍ବର
ଦୀର୍ଘ ୬ ଦିନ ଧରି ବନ୍ଦ ରହିବ ପରେ ଆଜିଠୁ ଭୁବନେଶ୍ୱର ୧ ନମ୍ବର ହାଟ ଖୋଲିଛି । ବିଏମସିର ପ୍ରତିଶୃତି ପରେ ହାଟ ଖୋଲିଛି | ବିଏମସି ଏକ ନମ୍ବର ହାଟ ବ୍ୟବସାୟୀ ସଂଘ ସହିତ ଆଲୋଚନା କରିଥିଲା | ଏହାପରେ ହାଟ ଖୋଲିଛି ବୋଲି ବ୍ୟବସାୟୀ ସଂଘ ସଭାପତି ସୂଚନା ଦେଇଛନ୍ତି। ହାଟ ପରିସରରେ ପାର୍କିଂ ସମସ୍ୟା, ଡ୍ରେନେଜ ବ୍ୟବସ୍ଥା, ପିଇବା ପାଣି ଓ ରାସ୍ତା ଜବର ଦଖଲ ଉଚ୍ଛେଦ ଭଳି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା ବ୍ୟବସାୟୀ ସଂଘ। ୬ ଦିନ ଧରି ୟୁନିଟ ୧ ହାଟ ବନ୍ଦ ରହିଥିଲା।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……