ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜଧାନୀରେ ହୋଲି ପାଳନ ଉପରେ ବିଏମସି କମିସନରଙ୍କ ସୂଚନା ମୁତାବକ ଦୋଳ ଓ ହୋଲି ପାଇଁ ପୃଥକ ପୃଥକ ନିୟମ ରହିବ । ସର୍ବସାଧାରଣରେ ହୋଲି ଖେଳିବା ଉପରେ ରୋକ ଲଗାଯିବ । ସେପଟେ କେବଳ ନିଜ ପରିବାର ସଦସ୍ୟଙ୍କ ସହ ଘରେ ହୋଲି ଖେଳିପାରିବେ ବୋଲି କହିଛନ୍ତି କମିଶନର । ସେହିପରି ରଙ୍ଗ ଦୋକାନ ଖୋଲିବା ନେଇ କିଛି କଟକଣା ନାହିଁ । ଦୋଳ ଯାତ୍ରାରେ ପ୍ରତ୍ୟେକ ବିମାନ ସହ ସର୍ବାଧିକ ୫ ରୁ ୬ ଜଣଙ୍କୁ ଯିବାକୁ ଅନୁମତି ମିଳିବ । ମେଳଣ ସ୍ଥାନରେ ଏକାସାଙ୍ଗରେ ନୁହଁ ବରଂ ପର୍ଯ୍ୟାୟ କ୍ରମେ ଆସିବ ବିମାନ । ମେଳନରେ ମଧ୍ୟ ସର୍ବାଧିକ ୫୦ ରୁ ୬୦ ଜଣଙ୍କୁ ଅନୁମତି ଦିଆଯିବ । ଏଥିପାଇଁ ଆୟୋଜକ ସ୍ୱତନ୍ତ୍ର ଭାବେ ଆବେଦନ କରି ଅନୁମତି ନେବେ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି ।
More Stories
ଇସ୍ରାଏଲ ଉପରେ ପରମାଣୁ ବୋମା ପକାଇବ ପାକିସ୍ତାନ….
ଶିଶୁ ବାଟିକାରୁ ଦଶମ ୨୦ରୁ ମଧ୍ୟାହ୍ନ ଭୋଜନ…..
ଝାଡାବାନ୍ତି ପାଇଁ ସବୁ ଜିଲ୍ଲାକୁ ଆଲର୍ଟର ରହିବାକୁ ନିର୍ଦ୍ଦେଶ…..