ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜଧାନୀରେ ହୋଲି ପାଳନ ଉପରେ ବିଏମସି କମିସନରଙ୍କ ସୂଚନା ମୁତାବକ ଦୋଳ ଓ ହୋଲି ପାଇଁ ପୃଥକ ପୃଥକ ନିୟମ ରହିବ । ସର୍ବସାଧାରଣରେ ହୋଲି ଖେଳିବା ଉପରେ ରୋକ ଲଗାଯିବ । ସେପଟେ କେବଳ ନିଜ ପରିବାର ସଦସ୍ୟଙ୍କ ସହ ଘରେ ହୋଲି ଖେଳିପାରିବେ ବୋଲି କହିଛନ୍ତି କମିଶନର । ସେହିପରି ରଙ୍ଗ ଦୋକାନ ଖୋଲିବା ନେଇ କିଛି କଟକଣା ନାହିଁ । ଦୋଳ ଯାତ୍ରାରେ ପ୍ରତ୍ୟେକ ବିମାନ ସହ ସର୍ବାଧିକ ୫ ରୁ ୬ ଜଣଙ୍କୁ ଯିବାକୁ ଅନୁମତି ମିଳିବ । ମେଳଣ ସ୍ଥାନରେ ଏକାସାଙ୍ଗରେ ନୁହଁ ବରଂ ପର୍ଯ୍ୟାୟ କ୍ରମେ ଆସିବ ବିମାନ । ମେଳନରେ ମଧ୍ୟ ସର୍ବାଧିକ ୫୦ ରୁ ୬୦ ଜଣଙ୍କୁ ଅନୁମତି ଦିଆଯିବ । ଏଥିପାଇଁ ଆୟୋଜକ ସ୍ୱତନ୍ତ୍ର ଭାବେ ଆବେଦନ କରି ଅନୁମତି ନେବେ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି ।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..