Report Card Odisha

| Daily Odia News

ବାରବାଟୀରେ ହେବ ଭାରତ-ଇଂଲଣ୍ଡ ମ୍ୟାଚ୍‌…..

ରିପୋର୍ଟ କାର୍ଡ / କଟକ

ବାରବାଟୀ ଷ୍ଟାଡିୟମରେ ହେବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌। ୨୦୨୫ ଫେବ୍ରୁଆରି ୯ ତାରିଖରେ ବାରବାଟୀରେ ଭାରତ-ଇଂଲଣ୍ଡ ସିରିଜ୍‌ର ଦ୍ବିତୀୟ ଏକଦିବସୀୟ ମ୍ୟାଚ୍‌ | ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଶେଷଥର ପ‌ାଇଁ ଏଠାରେ ୨୦୨୨ ଜୁନ ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ବାରବାଟୀ ‌ଷ୍ଟାଡିୟମ ନବୀକରଣ ପ୍ରକଳ୍ପ ଘୋଷଣା ହେବା ପରେ ନିକଟରେ ବାରବାଟୀକୁ ମ୍ୟାଚ୍‌ ମିଳିବାକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ଶେଷରେ ଦୂର ‌ହୋଇଛି। ସୂଚନା ଅନୁଯାୟୀ ୨୦୨୫ ଜାନୁଆରି ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ-ଇଂଲଣ୍ଡ ଦ୍ବିପାକ୍ଷିକ ସିରିଜ୍‌ରେ ଇଂଲଣ୍ଡ୍‌ ବିପକ୍ଷରେ ଭାରତ ୫ଟି ଟ୍ବେଣ୍ଟି-୨୦ ଓ ତିନୋଟି ଏକଦିବସୀୟ ମ୍ୟାଚ୍‌ ଖେଳାଯିବ। ଫେବ୍ରୁଆରି ୬ରୁ ୧୨ ତାରିଖ ମଧ୍ୟରେ ତିନୋଟି ଏକଦିବସୀୟ ମ୍ୟାଚ୍‌ ଅନୁଷ୍ଠିତ ହେବ। ନାଗପୁର‌ରେ ପ୍ରଥମ ଏକଦିବସୀୟ ଅନୁଷ୍ଠିତ ହେବାକୁ ଥିବା ବେ‌ଳେ ବାରବାଟୀରେ ଦ୍ବିତୀୟ ଓ ଅହମ୍ମଦାବାଦରେ ତୃତୀୟ ଏକଦିବସୀୟ ମ୍ୟାଚ୍‌ ଖେଳାଯିବ। ବାରବାଟୀ ନବୀକରଣ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପୁରୁଣା ବାରବାଟୀରେ ଭାରତ-ଇଂଲଣ୍ଡ ତା’ର ଶେଷ ମ୍ୟାଚ୍‌ ଖେଳିବ ବୋଲି ଚର୍ଚ୍ଚା ହେଉଛି। ଏହି ମ୍ୟାଚ୍‌ ପରେ ବାରବାଟୀ ନବୀକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଉଛି।

Breaking News