ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଚେତନ ଶର୍ମା ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାକୁ ବିସିସିଆଇ ସଚିବ ଜୟ ଶାହାଙ୍କ ନିକଟକୁ ପଠାଇଥିଲେ ଏବଂ ସେ ଏହାକୁ ଗ୍ରହଣ କରିଛନ୍ତି। ନିକଟରେ ଏକ ଷ୍ଟିଙ୍ଗ ଭିଡିଓକୁ ନେଇ ବିବାଦରେ ଆସିଥିଲେ ଚେତନ ଶର୍ମା। ଗଣମାଧ୍ୟମ ଦ୍ୱାରା କରାଯାଇଥିବା ଏହି ଷ୍ଟିଙ୍ଗ୍ ଅପରେସନରେ ଚେତନ ଶର୍ମା ନେବୀର କୋହଲି-ସୌରଭ ଗାଙ୍ଗୁଲି ବିବାଦ ଠାରୁ ଆରମ୍ଭ କରି ରୋହିତ ଶର୍ମା-ବିରାଟ କୋହଲିଙ୍କ ଝଗଡା ପର୍ଯ୍ୟନ୍ତ ଭାରତୀୟ କ୍ରିକେଟର ପ୍ରତ୍ୟେକ ପ୍ରସଙ୍ଗକୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ଷ୍ଟିଙ୍ଗ୍ ଅପରେସନ୍ ର ଭିଡିଓ ଭାଇରାଲ ହୋଇଥିଲା। ଗତମାସରେ ଚେତନ ଶର୍ମା ପୁଣିଥରେ ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତ ହୋଇଥିଲେ । ପାଞ୍ଚ ସଦସ୍ୟ ବିଶିଷ୍ଟ କମିଟିର ସେ ମୁଖ୍ୟ ଥିଲେ । ଚେତନ ଶର୍ମାଙ୍କ ଷ୍ଟିଙ୍ଗ ଅପରେସନ କଥା କହିଲେ, ସେ ଭାରତୀୟ ଟିମ୍ ର କିଛି ପ୍ଲେୟାରଙ୍କ ବିଷୟରେ ଖୁଲାସା କରିଥିଲେ । ଏଥିରେ ସେ କହିଥିଲେ ଯେ, ଖେଳାଳିମାନେ ଫିଟ୍ ରହିବା ପାଇଁ ଇଞ୍ଜେକସନ୍ ନେଉଛନ୍ତି । ଯାହା ଦ୍ୱାରା ୮୦ ପ୍ରତିଶତ ଫିଟ୍ ରହି ମଧ୍ୟ ୧୦୦% ଫିଟ୍ ହୋଇଯାଉଛନ୍ତି । ଏହି ଇଞ୍ଜେକସନ୍ ଡୋପ ଟେଷ୍ଟରେ ମଧ୍ୟ ଧରା ପଡ଼ିବ ନାହିଁ । ଚେତନ ଶର୍ମା ଏହା ମଧ୍ୟ କହିଥିଲେ ଯେ, ଅଧିନାୟକଙ୍କ ଠାରୁ ଆରମ୍ଭ କରି ସମସ୍ତେ ତାଙ୍କ ଉପରେ ଭରଷା କରନ୍ତି । ଆମେ ୫ଜଣ ଚୟନକର୍ତ୍ତା ଭାରତୀୟ ଦଳକୁ ଚଲାଉଛୁ । ଆମେ ହିଁ ବର୍ତ୍ତମାନ ଏବଂ ଭବିଷ୍ୟତ ନିର୍ଣ୍ଣୟ କରୁ । ରୋହିତ ଶର୍ମା ମୋ ସହିତ ଫୋନ୍ କଲେ ପ୍ରାୟ ୩୦ ମିନିଟ୍ କଥା ହୁଅନ୍ତି । ହାର୍ଦିକ, ଦିପକ ଏବଂ ଉମେଶ ନିକଟରେ ମୋ ଘରକୁ ଆସିଥିଲେ । ସେମାନେ ମୋ ଉପରେ ଭରଷା କରନ୍ତି । ସେମାନଙ୍କର ଭବିଷ୍ୟତ ବିଷୟରେ ଆଲୋଚନା କରନ୍ତି ।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..