Report Card Odisha

| Daily Odia News

ଅଫିସ ଭିତରେ କରିପାରିବେ ‘ବିୟର’ ପାର୍ଟି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏଣିକି ଆପଣ ଅଫିସରେ ‘ମଦ ଓ ବିୟର’ ପାର୍ଟିରେ ସାମିଲ ହୋଇପାରିବେ । ସରକାରଙ୍କ ତରଫରୁ ଏନେଇ ଅନୁମତି ପ୍ରଦାନ କରାଯାଇଛି । ହରିୟାଣା ସରକାର ନିକଟରେ ଅଫିସରେ ‘ବିୟନ ଓ ୱାଇନ’ ପାର୍ଟିର ଆୟୋଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ଅବକାରୀ ନୀତିରେ କିଛି ପରିବର୍ତ୍ତନ ଆଣିଛନ୍ତି । ପରିବର୍ତ୍ତିତ ନିୟମ ଅନୁଯାୟୀ, ବଡ଼ ବଡ଼ ଅଫିସ ବା କର୍ପୋରେଟ ଅଫିସମାନେ ନିଜ ପରିସର ମଧ୍ୟରେ ବିୟର, ୱାଇନ ପରି ଲୋ-କଣ୍ଟେଣ୍ଟ ଯୁକ୍ତ ଆଲକହଲ ଡ୍ରିଙ୍କ ବିକ୍ରି କରିପାରିବେ । ଏଥିସହିତ ରେଡି-ଟୁ-ଡ୍ରିଙ୍କ ଆଲକୋହଲିକ ବେଭରେଜ ବିକ୍ରି କରିବାର ସ୍ୱାଧିନତା ମଧ୍ୟ ରହିବ । ତେବେ ଏହି ସୁବିଧାକୁ ଆପଣାଇବାକୁ ଇଚ୍ଛୁକ ଥିବା ଅଫିସଗୁଡ଼ିକୁ ସରକାରଙ୍କ କିଛି ନିୟମ ମାନିବାକୁ ପଡ଼ିବ ।

Breaking News