ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଋଷିଆ ଓ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧ କାରଣରୁ ବିଶ୍ୱ ଅର୍ଥନୀତି ପଛୁଆ ହେବାକୁ ଯାଉଛି | ଏହା ଭାରତରେ ମଦ୍ୟପାନ କରୁଥିବା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି । ୟୁକ୍ରେନ୍ ଏବଂ ଋଷିଆ ମଧ୍ୟରେ ହେବାକୁ ଥିବା ଯୁଦ୍ଧ ପାଇଁ ବିୟର ମହଙ୍ଗା ହେବାକୁ ଯାଉଛି | ଉଭୟ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ କାରଣରୁ ଭୋଡକାର ମୂଲ୍ୟ ଆକାଶ ଛୁଇଁଛି । ଏପରିକି ଆମେରିକା ଏବଂ କାନାଡା ଭଳି ଦେଶ ଋଷୀୟ ସ୍ପିରିଟ ମଧ୍ୟ ଆମଦାନୀ କରୁନାହାନ୍ତି । ମଦ ଏବଂ ବିୟର ପରି ସାମଗ୍ରୀ ପ୍ରସ୍ତୁତ ପାଇଁ ବାର୍ଲି ଏବଂ ମଲ୍ଟ ସବୁଠାରୁ ଅଧିକ ବ୍ୟବହୃତ ହୋଇଥାଏ । ଋଷିଆ ବିଶ୍ବର ଦ୍ୱିତୀୟ ବୃହତ୍ତମ ବାର୍ଲି ଉତ୍ପାଦନକାରୀ ଦେଶ ରହିଥିବା ବେଳେ ୟୁକ୍ରେନ ଚତୁର୍ଥ ସ୍ଥାନରେ ରହିଛି । ଯଦି ଯୁଦ୍ଧ ଅଧିକ ଦିନ ଧରି ଜାରି ରୁହେ ତେବେ ବାର୍ଲିର ମୂଲ୍ୟ ଅନ୍ତର୍ଜାତୀୟ ସ୍ତରରେ ବୃଦ୍ଧି ପାଇବ ।
More Stories
ଉଭୟ ଭାରତ-ପାକିସ୍ତାନ ସଂଯମତା ରଖନ୍ତୁ….
ପ୍ରଚୁର ଔଷଧ ମହଜୁଦ୍ ରଖ…..
ଇସ୍ରାଏଲ ନାଗରିକ କଶ୍ମୀର ଛାଡ଼…..