ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ହେଉଛି ଅନ୍ତିମ ପର୍ଯ୍ୟାୟ। ବର୍ତ୍ତମାନ ସୁଦ୍ଧା ବିଜେଡି ୮୪୮ଟି ଆସନରୁ ୭୫୫ ଆସନରେ ଆଗୁଆ ରହିଥିବା ସୂଚନା ମିଳୁଛି। ଏହା ସହ ବିଜେପି ୪୯, କଂଗ୍ରେସ ୩୭ ଓ ୭ଟି ଆସନରେ ଅନ୍ୟାନ୍ୟ ପ୍ରାର୍ଥୀ ଆଗୁଆ ଅଛନ୍ତି । ପଞ୍ଚାୟତ ନିର୍ବାଚନରେ ଜବରଦସ୍ତ ସଫଳତାକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି । ବିଜେଡି ପକ୍ଷରୁ କୁହାଯାଇଛି ଯେ, ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଓଡ଼ିଶାବାସୀଙ୍କୁ ସମର୍ଥନ ରହିଛି । ପୂର୍ବରୁ ସବୁ ରେକର୍ଡ ଭାଙ୍ଗିବାରେ ବିଜେଡି ସଫଳ ହୋଇଛି । ପୌର ନିର୍ବାଚନରେ ବି ଏହି ପ୍ରଭାବକୁ ଦେଖିବାକୁ ମିଳିବ ।’ ଖୁବଶୀଘ୍ର ପୌର ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବ ଦଳ । ପୂର୍ବ ଟ୍ରାକ ରେକର୍ଡ ଦେଖି ପ୍ରାର୍ଥୀ ଦେବେ ନବୀବନ ପଟ୍ଟନାୟକ । ଏନେଇ ସାଧାରଣ ସମ୍ପାଦକ ବିଜେଡି ମିଡିଆ ସେଲ ମାନଓ ମଙ୍ଗରାଜ ସୂଚନା ଦେଇଛନ୍ତି । ଅନ୍ୟପଟେ ବିଜେଡିର ସଫଳତା ନେଇ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ପ୍ରତିକ୍ରିୟା । ମହାପ୍ରଭୁ, ଓଡ଼ିଶାବାସୀଙ୍କୁ ଶତ ଶତ ପ୍ରଣାମ କଲେ ପ୍ରଣବ । କହିଲେ ବିଜେଡି ଦଳ ନୁହେଁ ଏବେ ସାମାଜିକ ଆନ୍ଦୋଳନ ।
More Stories
ଆଜି କାଳବୈଶାଖୀ.…
ସାଙ୍ଗର ଠେଙ୍ଗା ମାଡରେ ସାଙ୍ଗର ମୃତ୍ୟୁ……
ସାଢେ ୧୧ ଟା ଯାଏଁ ଗୃହ ମୁଲତବୀ……