ରିପୋର୍ଟ କାର୍ଡ / ଭୁବନେଶ୍ବର
ଲାଞ୍ଚ ନେବା ଅଭିଯୋଗରେ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଗତ ୧୪ ତାରିଖରେ ଭୁବନେଶ୍ୱର କଳିଙ୍ଗ ବିହାର ସ୍ଥିତ ବାସଭବନରେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ଜମି କିସମ ପରିବର୍ତ୍ତନ ପାଇଁ ଜଣଙ୍କଠାରୁ ୪୫ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା।ତହସିଲଦାରଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା। ଏହାପରେ ଭିଜିଲାନ୍ସ ଟିମ୍ ପୃଥ୍ୱୀରାଜଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ, ବେଗୁନିଆରେ ଥିବା କାର୍ଯ୍ୟାଳୟ ଓ ତୁମୁଡିବନ୍ଧ ସ୍ଥିତ ପୈତୃକ ବାସଭବନରେ ଚଢ଼ାଉ କରିଥିଲା। ତହସିଲଦାରଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଥିବା ଜଣାଯାଇଛି। ସମସ୍ତ ଆକାଉଣ୍ଟକୁ ଯାଞ୍ଚ କରୁଛି ଭିଜିଲାନ୍ସ |






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….
୧୦ରେ ରାଜ୍ୟ କ୍ୟାବିନେଟ୍…..