ରିପୋର୍ଟ କାର୍ଡ / କୋଲକାତା
ଏଥର ଖୋଲା ପଡିଆରେ ‘ଖେଲା ହୋବେ’ | ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏହି ଡାଇଲଗ ବେସ ଲୋକପ୍ରିୟ ହୋଇଥିଲା । ନିର୍ବାଚନ ବେଳେ ଓ ନିର୍ବାଚନ ପରେ ଶାସକ ଓ ବିରୋଧୀ ନେତାଙ୍କ ଭାଷଣରେ ନିଶ୍ଚିନ୍ତ ଭାବେ ସ୍ଥାନ ପାଉଥିଲା ଏହି ଡାଇଲଗ । ଦିଦିଙ୍କ ଖେଲା ହୋବେ ଓ ମୋଦିଙ୍କ ଖେଲ ଖତମ୍ ଡାଇଲଗ ପଶ୍ଚିମବଙ୍ଗ ଭୋଟର ମାନଙ୍କ ପାଖରେ ବେସ ମାନିଆ ପାଲଟି ଯାଇଥିଲା । ନିର୍ବାଚନରେ ମମତା ବିଜୟୀ ପରେ ଖେଲାହୋବେ ଭଳି ଲୋକପ୍ରିୟ ଡାଇଲଗକୁ ଜୀବିତ ରଖିବାକୁ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ଖେଲା ହୋବେ’ ନାମରେ ଏକ ଯୋଜନା ଆରମ୍ଭ କରିଛନ୍ତି। ରାଜ୍ୟରେ କ୍ରୀଡାର ବିକାଶ ଓ ଖେଳାଳୀଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷରେ ମୁଖ୍ୟମନ୍ତ୍ରୀ ‘ଖେଲା ହବେ ‘ ନାମରେ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନା ଅଧିନରେ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ପ୍ରତି କ୍ଲବକୁ ଫୁଟବଲ୍ ବଣ୍ଟନ କରିବ। ଯୁବକଙ୍କୁ ଖେଳ ପ୍ରତି ଆକୃଷ୍ଟ କରିବାକୁ ଓ ଫୁଟବଲର ଚାହିଦା ବୃଦ୍ଧି ପାଇଁ ଏହି ଯୋଜନା ଲଞ୍ଚ୍ କରାଯାଇଛି । ଏହାଦ୍ୱାରା ଅଧିକରୁ ଅଧିକ ଯୁବକ ଫୁଟବଲ ପ୍ରତି ଆକୃଷ୍ଟ ହେବେ ।
More Stories
କୁଖ୍ୟାତ ଅପରାଧୀଙ୍କୁ ତଡିପାର କରାଯିବ…..
ଆୟୁଷ୍ମାନ ଭାରତକୁ ନେଇ ବଡ଼ ଘୋଷଣା….
ଗୋପାଳପୁର ବନ୍ଦ ଗଲା ଆଦାନୀ ଗ୍ରୁପକୁ…..