ରିପୋର୍ଟ କାର୍ଡ / ଭୁବନେଶ୍ବର
ଓଡ଼ିଶା ମୂକ ବଧିର କ୍ରିକେଟ୍ ସଂଘ ଆନୁକୂଲ୍ୟରେ ଭୁବନେଶ୍ବରସ୍ଥିତ ହାଇଟେକ୍ ପଡ଼ିଆରେ ଖେଳାଯାଇଥିବା ବେଙ୍ଗଲ ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ଓଡ଼ିଶା ୫ ରନ୍ରେ ହାରି ଯାଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୭୮ ରନ୍ କରିଥିଲା। ଜବାବରେ ଭ୍ରମଣକାରୀ ବେଙ୍ଗଲ ୧୧୩ ରନ୍ କରି ୩୫ ରନ୍ର ଅଗ୍ରଣୀ ନେଇଥିଲା। ଓଡ଼ିଶାର ଦ୍ବିତୀୟ ପାଳି ମାତ୍ର ୩୦ ରନ୍ରେ ଶେଷ ହୋଇଯାଇଥିଲା। ଫଳରେ ବେଙ୍ଗଲ ଏହି ମ୍ୟାଚ୍ ଜିତି ନେଇଥିଲା। ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ରବୀନ୍ଦ୍ର ପାଣି ଏବଂ ହାଇଟେକ୍ କଲେଜ୍ କ୍ରୀଡ଼ା ନିର୍ଦ୍ଦେଶକ ଲଳିତ ମହାନ୍ତି ଯୋଗଦେଇଥିଲେ।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
୨୪ ରେ ବାରବାଟୀ ଟି-୨୦……