ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଅକୁ ହତ୍ୟା କରି ଶବକୁ ବ୍ୟାଗରେ ନେଇ ଯାତ୍ରା କରିଛି ମାଆ। ଏପରି ଏକ ଖବର ସାମ୍ନାକୁ ଆସିଛି ବେଙ୍ଗାଲୁରରୁ | ଏକ ଷ୍ଟାର୍ଟ ଅପ୍ କମ୍ପାନୀର ସିଇଓ ଥିବା ମହିଳା ନିଜର ୪ ବର୍ଷର ପୁଅକୁ ଗୋଆରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ପୁଅର ଶବକୁ ଏକ ବ୍ୟାଗରେ ରଖି ଗୋଆରୁ ବେଙ୍ଗାଲୁରୁକୁ ଯାତ୍ରା କରିଛନ୍ତି। ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି ତଦନ୍ତ ଚଳାଇଥିବା ବେଳେ କେଉଁ କାରଣରୁ ମାଆ ପୁଅକୁ ହତ୍ୟା କରିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସୂଚନା ଅନୁସାରେ, ମହିଳା ଜଣକ ହେଉଛନ୍ତି ୩୯ ବର୍ଷୀୟ ସୂଚନା ସେଠ୍। ସେ ବେଙ୍ଗାଲୁରୁର ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଷ୍ଟାର୍ଟ ଅପ୍ କମ୍ପାନୀର ଏଆଇ ଲ୍ୟାବର ସହ-ପ୍ରତିଷ୍ଠାତା ତଥା ସିଇଓ। ସେ ଉତ୍ତର ଗୋଆର କାଣ୍ଡୋଲିମର ଏକ ଆପାର୍ଟମେଣ୍ଟରେ ରହିଥିଲେ। ସେଠାରେ ତାଙ୍କ ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆପାର୍ଟମେଣ୍ଟ ଛାଡିବା ସମୟରେ ସେଠାକାର କର୍ମଚାରୀ ମହିଳାଙ୍କ ଉପରେ ସନ୍ଦେହ କରିଥିଲେ। ତାଙ୍କ ପୁଅ ବାବଦରେ ପଚାରିବାରୁ ତାଙ୍କର ଜଣେ ବନ୍ଧୁଙ୍କ ସହ ଥିବା କହିଥିଲେ। କିନ୍ତୁ ପରେ ଆପାର୍ଟମେଣ୍ଟ ରୁମରେ ରକ୍ତ ଦାଗ ଦେଖି ସନ୍ଦେହ କରିଥିଲେ କର୍ମଚାରୀ। ଏନେଇ ପୋଲିସ କୁ ଖବର ଦେବା ପରେ ମହିଳା ଜଣକ ବେଙ୍ଗାଲୁରୁରେ ପହଞ୍ଚିବା ପୂର୍ବରୁ ପୁଲିସ ତାଙ୍କୁ ମୃତଦେହ ସହ ଧରିଥିଲା। ସୂଚନା ସେଠଙ୍କୁ ଗତକାଲି କର୍ଣ୍ଣାଟକର ଚିତ୍ରଦୁର୍ଗଠାରେ ଗିରଫ କରାଯାଇଛି। ଏଥିସହ ବ୍ୟାଗରେ ଥିବା ପୁଅର ମୃତଦେହକୁ ମଧ୍ୟ ଜବତ କରିଛି ତଦନ୍ତ କରୁଛି ପୋଲିସ |






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……