ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବରେ ଜଲବା ଦେଖାଇଛି ଆମ୍ ଆଦମୀ ପାର୍ଟି | ବହୁମତ ହାସଲ କରି ଆପ୍ ସରକାର ଗଢିବାକୁ ଯାଉଛି। ମାର୍ଚ୍ଚ ୧୬ରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମାନ ଶପଥ ଗ୍ରହଣ କରିବେ | ଏହି ସମାରୋହ ପାଇଁ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଆମନ୍ତ୍ରିତ କରିଛନ୍ତି। ଏଥିସହ ମାନ ଆପ୍ର ରାଷ୍ଟ୍ରୀୟ ସଂଯୋଜକ କେଜ୍ରିଓ୍ଵାଲଙ୍କ ସହ ମାର୍ଚ୍ଚ ୧୩ରେ ଅମୃତସରରେ ବିଜୟ ଶୋଭାଯାତ୍ରା ବାହାର କରିବେ। ଏହା ପୂର୍ବରୁ ଶୁକ୍ରବାର ଭଗବନ୍ତ ମାନ ଦିଲ୍ଲୀରେ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଭେଟିଛନ୍ତି। ସେ ମାର୍ଚ୍ଚ ୧୬ରେ ଭଗତ ସିଂହଙ୍କ ପୈତୃକ ଗ୍ରାମ ଖଟକଡରେ ଭଗତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଶପଥ ନେବେ। ମାର୍ଚ୍ଚ ୧୨ରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ। ଭଗବନ୍ତ ମାନ ଶୁକ୍ରବାର ସନ୍ଧ୍ୟାରେ ବିଧାୟକ ଦଳ ବୈଠକ ମଧ୍ୟ ଡକାଇଛନ୍ତି।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..