ରିପୋର୍ଟ କାର୍ଡ / ରେଢ଼ାଖୋଲ
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଳ ଗାଁରେ ଭାଇ ପ୍ରେମକରି ବିବାହ କଲା,କିନ୍ତୁ ଉଣୀର ଜୀବନ ଗଲା | ମୃତ ମହିଳାଙ୍କ ନାଁ ବନିତା ମିର୍ଦ୍ଧା। ସେ ଜଣେ ବିଧବା ଥିଲେ। ତାଙ୍କ ବୟସ ପାଖାପାଖି ୩୫ ବର୍ଷ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ବନିତାଙ୍କ ଭାଇ ଗାଁର ହରି ମିର୍ଦ୍ଧାଙ୍କ ଝିଅକୁ ପ୍ରେମ ବିବାହ କରିଥିଲେ। ତାଙ୍କ ଭାଇଙ୍କ ଘର ଅନ୍ୟ ଗାଁରେ। ତେବେ ବନିତାଙ୍କ ଘରକୁ ଯିବାଆସିବା ବେଳେ ପଡ଼ୋଶୀ ହରିଙ୍କ ଝିଅ ସହ ବନିତାଙ୍କ ଭାଇଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ସେମାନେ ବିବାହ କରିଥିଲେ। ହେଲେ ଏହି ବିବାହରେ ହରି ଖୁସି ନଥିଲେ। ଏଥିପାଇଁ ସେ ସବୁବେଳେ ବନିତାଙ୍କୁ ଦାୟୀ କରୁଥିଲେ। ବନିତା ହିଁ ତାଙ୍କ ଭାଇଙ୍କୁ ଶିଖାଇ ଏସବୁ କରିଥିବା ହରି ଅଭିଯୋଗ କରୁଥିଲେ। ଏଥିପାଇଁ ହରି ଓ ବନିତାଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ଲାଗି ରହୁଥିଲା। ଗତକାଲି ସକାଳେ ବନିତା ଓ ହରିଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ରାତିରେ ହରି, ତାଙ୍କର ଦୁଇ ନାବାଳକ ପୁଅ ଓ ସେମାନଙ୍କର ଆଉ ଜଣେ ସହଯୋଗୀ, ଯିଏକି ନାବାଳକ ସମସ୍ତେ ମିଶି ବନିତାଙ୍କ ଘରକୁ ଯାଇଥିଲେ। ସେଠାରେ ସେମାନେ ବନିତାଙ୍କୁ ଘର ଭିତରୁ ଅଗଣାକୁ ଟାଣି ଆଣିଥିଲେ ଓ ପନିକି ଏବଂ ଠେଙ୍ଗାରେ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଫଳରେ ଘଟଣାସ୍ଥଳରେ ହିଁ ବନିତାଙ୍କ ମୃତ୍ୟୁ ଘଟିଥିଲା।
More Stories
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ……
ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଙ୍କୁ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର ……