ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖାଲିପଡିଥିବା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦ ପୁରାଣ ହୋଇଛି | ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡଗେ ମଙ୍ଗଳବାର ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭାବେ ନିଯୁକ୍ତ କରିଛନ୍ତି। ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ରେ ଏ ସଂକ୍ରାନ୍ତରେ ଏକ ପ୍ରେସ୍ ବିବୃତି ଜାରି କରିଛନ୍ତି। ଶ୍ରୀ ଦାସ ବିହାର, ମଣିପୁର ଓ ମିଜୋରାମ ପାଇଁ ଏଆଇସିସିର ପୂର୍ବତନ ପ୍ରଭାରୀ ଥିଲେ। କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ସଦସ୍ୟ, ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ରହିଥିବା ଶ୍ରୀ ଦାସ ୪ ଥର ସାଂସଦ ଓ ବିଧାୟକ ହୋଇଛନ୍ତି।
More Stories
ଅସ୍ଥାୟୀ କର୍ମଚାରୀଙ୍କ ଦରମା ବୃଦ୍ଧି…..
ଗୃହରେ ପ୍ରବଳ ହଟ୍ଟଗୋଳ,ସାଢେ ୧୧ଟା ଯାଏଁ ମୁଲତବୀ…..
କଳ୍ପନା ଏବଂ ମ୍ୟୁଜିୟମ୍ ଛକରେ ନିର୍ମାଣ ହେବ ଫ୍ଲାଏଓଭର୍…..