ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମାର୍ଚ୍ଚ ୨୮ ଓ ୨୯ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି | କେନ୍ଦ୍ର ସରକାରଙ୍କ କୃଷକ, ଶ୍ରମିକ ଓ ସାଧାରଣ ଜନତା ବିରୋଧୀ ନୀତି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରା ଦେଇଥିବା ସୂଚନା ମିଳିଛି । ଏହି ବନ୍ଦ ଡାକରାକୁ ବ୍ୟାଙ୍କ ୟୁନିୟନଗୁଡ଼ିକ ସମର୍ଥନ କରୁଥିବାରୁ ଏହି ଦୁଇଦିନ ବ୍ୟାଙ୍କ ବନ୍ଦ ରହିବ । ଫଳରେ ବ୍ୟାଙ୍କଗୁଡ଼ିକ ଲଗାତାର ୪ ଦିନ ଅର୍ଥାତ ଆସନ୍ତା ୨୬ ତାରିଖଠାରୁ ୨୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଆସନ୍ତା ୨୬ ତାରିଖ ମାସର ୪ର୍ଥ ଶନିବାର ଥିବାରୁ ବ୍ୟାଙ୍କ ଛୁଟି ରହିବ । ସେହିପରି ରବିବାର ସ୍ବାଭାବିକ ଭାବେ ବ୍ୟାଙ୍କ ଛୁଟି ରହିଥାଏ । ଏଣୁ ଏହାକୁ ମିଶାଇ ମୋଟ ୪ ଦିନ ଛୁଟି ରହିବ । ଏହି ଭାରତ ବନ୍ଦ ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା ପାଇଁ ଗତ ମଙ୍ଗଳବାରଦିନ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଏକ ବୈଠକ ଦିଲ୍ଲୀଠାରେ ବସିଥିଲା । ହରିୟାଣା ଓ ପଞ୍ଜାବର ବିଦ୍ୟୁତ ଓ ପରିବହନ କର୍ମଚାରୀମାନଙ୍କ ୟୁନିୟନଗୁଡ଼ିକ ମଧ୍ୟ ଏହି ଧର୍ମଘଟକୁ ସମର୍ଥନ କରୁଛନ୍ତି । ଏଣୁ ଏସବୁ ରାଜ୍ୟରେ ଏହି ଦୁଇଟି ଅତ୍ୟାବଶ୍ୟକ ସେବା ବ୍ୟାହତ ହେବାର ଆଶଙ୍କା ରହିଛି । ଅନ୍ୟପକ୍ଷରେ ରେଳବାଇ ଓ ପ୍ରତିରକ୍ଷା ଶିଳ୍ପଗୁଡ଼ିକର ୟୁନିୟନଗୁଡ଼ିକର ସମର୍ଥନ ପାଇଁ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ନିବେଦନ କରାଯାଇଛି ।
More Stories
ଖୁବ ଶୀଘ୍ର ଓଡ଼ିଶାରେ ନୂଆ ମଦ ନୀତି…..
ଉତ୍ତରପୂର୍ବାଞ୍ଚଳ ସ୍ଥିତି ସଙ୍ଗିନ,ମୃତ୍ୟୁସଂଖ୍ୟା ୩୧…..
ଆତ୍ମସମର୍ପଣ କଲେ ୧୬ ନକ୍ସଲ….