ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା କାଲିଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି | ଏହି ଅଧିବେଶନ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ | ୭ ଦିନ ଭିତରେ ଗୋଟିଏ ଦିନ ଛୁଟିଥିବାରୁ ୬ ଟି କାର୍ଯ୍ୟ ଦିବସ ରହିବ | ଆସନ୍ତକାଲି ବିଧାନସଭାରେ ଅଭିଭାଷଣ ରଖିବେ ରାଜ୍ୟପାଳ | ୨୬ ଓ ୨୮ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ହେବ ଆଲୋଚନା | ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ସମେତ ସମସ୍ତ ସଦସ୍ୟଙ୍କର ହୋଇଛି କରୋନା ପରୀକ୍ଷା | ବିରୋଧୀଦଳ ଏକାଧିକ ପ୍ରସଂଗନେଇ ଘେରିବାକୁ ଯୋଜନା କରୁଥିବା ସୂଚନା ମୁଳୁଛି |






More Stories
ସରକାରୀ କାର୍ଯ୍ୟରେ ଏବଂ ବାଧ୍ୟତାମୂଳକ……
୩ରୁ ପୁରୀରେ ବ୍ରିକ୍ସ ସମ୍ମିଳନୀ…..
ରାଜ୍ୟ ସଭା ଉପ-ନିର୍ବାଚନ ବିଜ୍ଞପ୍ତି ପ୍ରକାଶ…..