Report Card Odisha

| Daily Odia News

ଜାଣନ୍ତୁ କରୋନା ଟିକା କୋଭାକ୍ସିନ୍‌ର ଦାମ କେତେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ଟିକା କୋଭାକ୍ସିନ୍‌ର ଦର ଘୋଷଣା କଲା ଏହାର ନିର୍ମାତା କଂପାନୀ ଭାରତ ବାୟୋଟେକ୍। କୋଭାକ୍ସିନ୍ ଟିକାର ଡୋଜ୍ ପିଛା ଦର ରାଜ୍ୟ ସରକାରଙ୍କ ପାଇଁ ୬ ଶହ ଟଙ୍କା ଓ ଘରୋଇ ହସ୍ପିଟାଲ ପାଇଁ ୧୨ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। କରୋନା ଟିକା କୋଭାକ୍ସିନ୍‌ର ମୂଲ୍ୟ ଘୋଷଣା କଲା ଏହାର ନିର୍ମାତା କଂପାନୀ ଭାରତ ବାୟୋଟେକ୍। ଏଥିସହ ବିଦେଶ ରପ୍ତାନୀ ପାଇଁ ଡୋଜ୍ ପିଛା ଦର ୧୫ରୁ ୨୦ ଡଲାର୍ ରହଇଛି | ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ଏହା କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କାରେ ଯୋଗାଇ ଆସୁଥିଲା କୋଭାକ୍ସିନ୍। ICMR, NIV ଓ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କୋଭାକ୍ସିନ, ଭାରତର ପ୍ରଥମ ସ୍ୱଦେଶୀ ଟିକା। ଏହା କରୋନାର ୟୁକେ ଓ ବ୍ରାଜିଲ୍ ଷ୍ଟ୍ରେନ୍ ସହ ଡବଲ୍ ମୁ୍ୟଟାଣ୍ଟ୍ ଭାରିଆଣ୍ଟକୁ ପ୍ରତିରୋଧ କରିବାରେ ସକ୍ଷମ ହେଉଛି ବୋଲି କିଛି ଦିନ ତଳେ ଘୋଷଣା କରିଛି ICMR। ଏଠାରେ ଜଣାଇ ଦେବାକୁ ଚାହୁଁଛୁ ଯେ, କୋଭାକ୍ସିନ ପୂର୍ବରୁ କୋଭିସିଲ୍ଡର ଦର ଘୋଷଣା ହୋଇସାରିଛି। ଏହାର ଡୋଜ୍ ପିଛା ଦର ରାଜ୍ୟ ସରକାରଙ୍କ ପାଇଁ ୪ଶହ ଓ ଘରୋଇ ହସ୍ପିଟାଲ୍ ପାଇଁ ୬ଶହ ଟଙ୍କା ରଖିଛି ପୁଣେ ସ୍ଥିତ ସେରମ୍ ଇନିଷ୍ଟିଚ୍ୟୁଟ୍।

Breaking News