ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ଇଣ୍ଟ୍ରାନାଜାଲ ବା ନାକରେ ପଡ଼ୁଥିବା କରୋନା ଟିକାର ପରୀକ୍ଷଣ ଲାଗି ଭାରତୀୟ ଔଷଧ ମହାନିୟନ୍ତ୍ରକ ମଂଜୁରୀ ଦେଇଛନ୍ତି । ଦେଶର ୯ଟି ସ୍ଥାନରେ ପ୍ରାୟ ୯୦୦ ଲୋକଙ୍କ ଶରୀରରେ ଏହି ଟୀକାର ପରୀକ୍ଷଣ ହେବ । ଏହା ପୂର୍ବରୁ ଡିସିଜିଆଇଙ୍କ ସବଜେକ୍ଟ ଏକ୍ସପର୍ଟ ଆପ୍ରାଇଜାଲ କମିଟି (ଏସଇସି) ଏହି ଇଣ୍ଟ୍ରାନାଜାଲ କରୋନା ଟିକାର ବୁଷ୍ଟର ଡୋଜର ୩ୟ ପର୍ଯ୍ୟାୟ ପରୀକ୍ଷଣ ଲାଗି ନୀତିଗତ ନିଷ୍ପତ୍ତି ନେଇଥିଲେ । ଯେଉଁମାନେ ପୂର୍ବରୁ କୋଭାକ୍ସିନ କିମ୍ବା କୋଭିସିଲଡର ୨ଟି ଯାକ ଟିକା ନେଇଥିବେ ସେମାନଙ୍କ ପାଇଁ ଏହି ଇଣ୍ଟ୍ରାନାଜାଲ ବୁଷ୍ଟର ଡୋଜ ପାଇଁ ଭାରତ ବାୟୋଟେକ ପ୍ରସ୍ତାବ ଦେଇଥିଲା। ଏହି ପରୀକ୍ଷଣ ସଫଳହେଲେ ଟିକାଦାନ ପ୍ରକ୍ରିୟା ଦ୍ରୁତତର ହୋଇପାରିବ। ଗତକାଲି ଡିସିଜିଆଇ ଉଭୟ କୋଭାକ୍ସିନ ଓ କୋଭିସିଲଡ ଟିକାର ନିୟମିତ ବଜାର ଅନୁମତି ପ୍ରଦାନ କରିଥିଲେ। ଏହା ଫଳରେ ଏସବୁ ଟିକା ଔଷଧ ଦୋକାନରେ ମିଳିପାରିବ । ଗତ ବର୍ଷ ଉଭୟ କୋଭାକ୍ସିନ ଓ କୋଭିସିଲଡ ଟିକାକୁ ଡିସିଜିଆଇ ପକ୍ଷରୁ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରାଯାଇଥିଲା । ନିୟମିତ ବଜାର ଅନୁମତି ପାଇଁ ଉଭୟ ସେରମ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ ବହୁଦିନ ହେଲା ଦାବି କରିଆସୁଥିଲେ । ଗତ ବର୍ଷ ଅକ୍ଟୋବର ୨୫ରେ ସେରମ ପକ୍ଷରୁ ନିୟମିତ ବଜାର ଅନୁମତି ପାଇଁ ଆବେଦନ କରାଯାଇଥିଲା ।






More Stories
ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି ଜଗ୍ ଲଡକି…..
ରାଜନୀତିରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିନଥାଏ…..
ଦିଲ୍ଲୀ ସାଧନଗରରେ ଅଗ୍ନିକାଣ୍ଡ:୩ ଜଣ ଶିଶୁଙ୍କ ସମେତ ୭ ମୃତ…..