ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ଜାତୀୟ କଂଗ୍ରେସ ମଣିପୁରର ଥୋବାଲ ଜିଲ୍ଲାରୁ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ କରିଛି। ଏହି ଯାତ୍ରାକୁ ରବିବାର କଂଗ୍ରେସ କମିଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଯାତ୍ରାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପରିଚାଳନା କରିବେ। ଦେଶର ୧୫ଟି ରାଜ୍ୟର ୧୧୦ଟି ଜିଲ୍ଲା ଦେଇ ଯିବ। ଥୋବାଲ ଜିଲ୍ଲାର ଖୋଙ୍ଗଜୋମରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଶ୍ରୀ ଖଡ଼ଗେ କହିଛନ୍ତି ଯେ ଦଳ ଧର୍ମନିରପେକ୍ଷତା, ସମାନତା ଏବଂ ସାମାଜିକ ନ୍ୟାୟ ପାଇଁ ସଂଗ୍ରାମ କରୁଛି। କଂଗ୍ରେସ ମୁଖ୍ୟ ଏହା ମଧ୍ୟ କହିଛନ୍ତି ଯେ ସମ୍ବିଧାନ ତଥା ଗଣତନ୍ତ୍ରକୁ ବଞ୍ଚାଇବା ତଥା ଫାସିବାଦୀ ଶକ୍ତି ବନ୍ଦ କରିବା ପାଇଁ ଭାରତ ଯୋଡା ନ୍ୟାୟ ଯାତ୍ରା କରାଯାଇଛି। ସେ କହିଛନ୍ତି ଯେ ଲୋକମାନଙ୍କୁ ରୋଜଗାର ସୁନିଶ୍ଚିତ କରିବା ପାଇଁ କଂଗ୍ରେସ ନ୍ୟାୟ ଯାତ୍ରା କରୁଛି। ଏହି ଯାତ୍ରା ମୂଲ୍ୟ ବୃଦ୍ଧି ଏବଂ କୃଷକଙ୍କ ଅଧିକାର ପାଇବା ପାଇଁ ନିଆଯାଇଛି।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..