Report Card Odisha

| Daily Odia News

ଭାରତକୁ ବଡ ସଫଳତା-୧୦୦ କୋଟି ଟପିଲା ଟୀକାକରଣ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ଟୀକାକରଣରେ ଭାରତକୁ ମିଳିଛି ବଡ ସଫଳତା |  ଟିକାକରଣରେ ନୂଆ ଇତିହାସ ରଚିଛି ଭାରତ । ଦେଶରେ ଇତିମଧ୍ୟରେ ଆଜି ସୁଦ୍ଧା ୧୦୦ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡବ୍ୟ ଗୁରୁବାର ଟୁଇଟ୍‌ କରି ସୂଚନା ଦେଇଛନ୍ତିି।ଟିକାକରଣ ଅଭିଯାନରେ ଭାରତ ଇତିହାସ ରଚିବା ସହିତ ୧୦୦ କୋଟି ଲୋକଙ୍କୁ ଟିକାକରଣ ଲକ୍ଷ୍ୟ ପୂରଣ କରିଛି। ଭାରତ ୨୮୦ ଦିନରେ ଏହି ଲକ୍ଷ୍ୟ ପୂରଣ କରିପାରିଛି। ଗୁରୁବାର ପୂର୍ବାହ୍ନ ୯ଟା ୪୭ରେ ଭାରତ ଏହି ଲକ୍ଷ୍ୟ ପୂରଣ କରି ଇତିହାସ ସୃଷ୍ଟି କରିଛି। ଏହି ଐତିହାସିକ ମୂହୁର୍ତ୍ତ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ପହଞ୍ଚିଛନ୍ତି। ଦେଶର ଶ୍ରେଷ୍ଠ ୫ ଟିକାକରଣ ରାଜ୍ୟ ମଧ୍ୟରୁ ଉତ୍ତରପ୍ରଦେଶରେ ସର୍ବାଧିକ ୧୨ କୋଟି ୨୧ ଲକ୍ଷ ୪୦ ହଜାର ୯୧୪ ଜଣଙ୍କୁ ଟିକା ଦିଆଯାଇଥିବାବେଳେ ମହାରାଷ୍ଟ୍ରରେ ୯ କୋଟି ୩୨ ଲକ୍ଷ ୭୦୮, ପଶ୍ଚିମବଙ୍ଗରେ ୬ କୋଟି ୮୫ ଲକ୍ଷ ୧୨ ହଜାର ୯୩୨, ଗୁଜରାଟରେ ୬ କୋଟି ୭୬ ଲକ୍ଷ ୬୭ ହଜାର ୯୦୦ ଏବଂ ମଧ୍ୟପ୍ରଦେଶରେ ୬ କୋଟି ୭୨ ଲକ୍ଷ ୨୪ ହଜାର ୨୮୬ ଜଣଙ୍କୁ ଟିକା ଦିଆଯାଇଛି। ଦେଶରେ ଚଳିତ ବର୍ଷ ୧୬ ଜାନୁଆରୀରୁ ସାର୍ବଜନୀକ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ୧୭ ସେପ୍ଟେମ୍ବରରେ ଗୋଟିଏ ଦିନରେ ଦେଶରେ ଅଢ଼େଇ କୋଟି ଲୋକଙ୍କୁ ଡୋଜ୍‌ ଦିଆଯାଇ ମଧ୍ୟ ଇତିହାସ ରଚା ଯାଇଥିଲା।

Breaking News