ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ସଂକ୍ରମ ପାଇଁ ବିଭିନ୍ନ ଦେଶ ଭାରତରୁ ବିମାନ ଚଳାଚଳ ବନ୍ଦ କରାଯାଇଥିଲା | ବର୍ତ୍ତମାନ ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣ ଆଡକୁ ଗତି କରୁଛି | ତେଣୁ ଦୁବାଇ ଭାରତରୁ ବିମାନ ଚଳାଚଳ ଉପରେ ରହିଥିବା କଟକଣାକୁ କୋହଳ କରିଛି। ଏ ନେଇ ଏମିରେଟ୍ସ ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ ଜୁନ୍ ୨୩ ରୁ ଭାରତ, ଦକ୍ଷିଣ ଆଫ୍ରିକା ଏବଂ ନାଇଜେରିଆକୁ ସଂଯୋଗ କରୁଥିବା ବିମାନ ଚଳାଚଳ ଆରମ୍ଭ କରିବ ଦୁବାଇ। ବିମାନ ବନ୍ଦରର ମୁଖପାତ୍ର କହିଛନ୍ତି ଯେ ଦୁବାଇର ବିପର୍ଯ୍ୟୟ ପରିଚାଳନା କମିଟି ଦ୍ୱାରା ଘୋଷଣା କରାଯାଇଥିବା ଏହି ନୂତନ ପ୍ରୋଟୋକଲ ଏବଂ ପଦକ୍ଷେପକୁ ସ୍ୱାଗତ କରୁଛି।






More Stories
ଶପଥ ନେଲେ କେରଳର ନୂଆ ମୁଖ୍ୟମନ୍ତ୍ରୀ…..
ପ୍ରଧାନମନ୍ତ୍ରୀ ପଦ ଛାଡ଼ିବେ ଷ୍ଟାର୍ମର !…..
ଆଜି ଶପଥ ନେବେ କେରଳମ୍ର ମୁଖ୍ୟମନ୍ତ୍ରୀ…..