Report Card Odisha

| Daily Odia News

ଆଜିଠାରୁ ସେବାୟତଙ୍କର କରୋନା ଟେଷ୍ଟିଂ ଆରମ୍ଭ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ୨୪ ତାରିଖରେ ସ୍ନାନପୂର୍ଣ୍ଣିମା। ସ୍ନାନପୂର୍ଣ୍ଣିମାରେ ସାମିଲ ହେବାକୁ ଥିବା ସେବାୟତଙ୍କର ଆଜି ସ୍ଵାବ୍ ଟେଷ୍ଟିଂ ଆରମ୍ଭ ହୋଇଛି। ସରକାରଙ୍କ କୋଭିଡ଼ ନିୟମ ଅନୁଯାୟୀ ସ୍ନାନପୂର୍ଣ୍ଣିମା ନୀତିକାନ୍ତି ସହ ଜଡ଼ିତ ସେବାୟତଙ୍କର ଆଜିଠାରୁ ବଡ଼ଦାଣ୍ତ ସ୍ଥିତ ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ସ୍ୱାବ୍ ଟେଷ୍ଟିଂ ଆରମ୍ଭ ହୋଇଛି। ୪୮ ଘଣ୍ଟା ପୂର୍ବର କୋଭିଡ଼ ନେଗେଟିଭ ରିପୋର୍ଟ ଥିବା ସେବାୟତ ତଥା ଶ୍ରୀମନ୍ଦିର କର୍ମଚାରୀ ମାନେ ହିଁ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ସାମିଲ ହୋଇପାରିବେ। ଆଜିଠାରୁ ୨୨ ତାରିଖ ପର୍ୟ୍ୟନ୍ତ ଏହି ସ୍ୱାବ ଟେଷ୍ଟିଂ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେପଟେ ସ୍ନାନପୂର୍ଣ୍ଣିମାକୁ ଶୃଙ୍ଖଳିତ କରିବା ନେଇ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୁରୀ ସହରକୁ ୬ଟି ଜୋନରେ ବିଭକ୍ତ କରାଯିବା ସହ ଶ୍ରୀମନ୍ଦିର ଭିତର ଓ ବାହରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୫୩୦ ହୋମଗାର୍ଡ଼, ୧୬୦ ଜଣ ଏଏସଆଇ ଓ ଏସଆଇ ରାଙ୍କର ଅଧିକାରୀ, ୪୪ ଇନ୍ସପେକ୍ଟର, ୬ ଜଣ ଅତିରକ୍ତ ଏସପି ରାଙ୍କର ଅଧିକାରୀ ସ୍ନାନପୂର୍ଣ୍ଣିମାରେ ନିୟୋଜିତ ହେବେ।

Breaking News