Report Card Odisha

| Daily Odia News

ମେଲାଣି ନେଲେ ମାଆ ଦଶଭୂଜା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସରିଲା ଦୁର୍ଗା ପୂଜା। ମେଲାଣି ନେଲେ ମାଆ ଦଶଭୂଜା । ୫ ଦିନ ଆଡ଼ମ୍ବର ସହ ପୂଜା ସରିବା ପରେ ମାଆ ଜଗତଜନନୀ ମେଲାଣି ନେଇଛନ୍ତି ।ସୋମବାର କଟକ ଏବଂ ଭୁବନେଶ୍ଵର ସମତେ ରାଜ୍ୟର ବିଭିନ୍ନ ସ୍ଥାନରେ ବେଶ୍ ଜାକଜମକରେ ସରିଛି ଭସାଣ ଉତ୍ସବ। ଚଳିତ ବର୍ଷ ଭୁବନେଶ୍ଵରରେ ୧୮୩ରୁ ଅଧିକ ମେଢ ହୋଇଥିଲା। ସହିଦ ନଗର ଭସାଣି ଉତ୍ସବରେ ୨୦ରୁ ଅଧିକ ମେଢ ଯୋଗଦେଇଥିବାବେଳେ ନୂଆପଲ୍ଲୀ ଭସାଣି ଉତ୍ସବକୁ ୧୫ରୁ ଅଧିକ ମେଢ ଆସିଥିଲେ। ଭସାଣି ଉତ୍ସବରେ ଜନପଥ ପ୍ରକମ୍ପିତ ହୋଇଥିଲା। ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ୩ଟି ଜୋନ୍ କରାଯାଇଥିବାବେଳେ କଟକ ରୋଡ୍, ଜନପଥ , ନୂଆପଲ୍ଲୀ ଏବଂ ଜାତୀୟ ରାଜପଥରେ ଟ୍ରାଫିକ୍ କଟକଣା ଲାଗୁ କରାଯାଇଥିଲା। ପ୍ରତ୍ୟେକ ନଦୀ ଘାଟରେ ପୋଲିସଫୋର୍ସ ମୁତୟନ ହୋଇଥିଲେ। ତେବେ ଏସବୁ ଭିତରେ ମାଆ ଧରାପୃଷ୍ଠରୁ ଭକ୍ତଙ୍କ ଗ୍ରହଣରୁ ବିଦାୟ ନେଇଥିଲେ।

Breaking News