Report Card Odisha

| Daily Odia News

ଭୁବନେଶ୍ୱର ଓ କଟକରେ ସଂକ୍ରମଣ କମିବା ପାଇଁ ନିଆଯିବ ସ୍ୱତନ୍ତ୍ର ପଦକ୍ଷେପ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜୁଲାଇ ୧ରୁ ରାଜ୍ୟରେ ଜାରିହୋଇଥିବା ଆଂଶିକ ଲକ ଡାଉନ କଟକଣା ଜୁଲାଇ ଆଉ ଦିନକ ପରେ ଅର୍ଥାତ ୧୬ ଜୁଲାଇରେ ଶେଷ ହେଉଛି | ପରବର୍ତ୍ତୀ ପଦକ୍ଷେପ କଣ ହେବ ଚାଲିଛି ବିଚାରବିମର୍ଶ | ସୀମାବର୍ତ୍ତୀ ଜିଲ୍ଲା ଗୁଡିକ ପାଇଁ ଟେନସନ୍ ବଢିଯାଇଛି। ପଡୋଶୀ ରାଜ୍ୟ ଛତିଶଗଡରେ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ତେଣୁ ଛତିଶଗଡ ସୀମାରେ ଥିବା ନୂଆପଡ଼ା ଜିଲ୍ଲା ଉପରେ ସ୍ଵତନ୍ତ୍ର ନଜର ରଖାଯାଇଛି। ସେପଟେ ପଶ୍ଚିମବଙ୍ଗ ସୀମାରେ ଥିବା ଜିଲ୍ଲା ଗୁଡିକ ଉପରେ ମଧ୍ୟ ନଜର ରଖାଯାଇଛି। କୋଭିଡ୍ କଟକଣା କୋହଳ ହେବା ପରେ ମଧ୍ୟ କିଛିଟା କଟକଣାକୁ ଗୁରୁତ୍ଵ ଦିଆଯିବ। ଏଥିପାଇଁ ସବୁ ତଥ୍ୟକୁ ତର୍ଜମା କରି ସରକାରଙ୍କୁ ଦିଆଯାଉଛି। ସରକାର ଯଥା ସମୟରେ ଠିକ ପଦକ୍ଷେପ ନେବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ରାଜ୍ୟରେ ବହୁ ଜିଲ୍ଲାରେ ସଂକ୍ରମଣ କମିଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ । କଟକ, ଭୁବନେଶ୍ଵର, ବାଲେଶ୍ଵର, ମୟୂରଭଞ୍ଜ ଭଳି ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି। ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ପଡିବ। ଵିଶେଷ କରି ଭୁବନେଶ୍ୱର ଓ କଟକର ସଂକ୍ରମଣ କେମିତି କମିବ ସେଥିପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ପୁଣି କହିଛନ୍ତି ଯେ, ସଂକ୍ରମଣ ବଢିବାର ମୁଖ୍ୟ କାରଣ ହେଉଛି ବାହାର ଲୋକଙ୍କ ଯାତାୟାତ ଓ କିଛି ସ୍ଥାନରେ ଲୋକଙ୍କ ଭିଡ଼ ଯାହା ହେବା କଥା ନୁହେଁ । ପାଣ୍ଡେମିକରେ ଏମିତି ୱେଭ ଆସେ । ଯେହେତୁ କରୋନା ତାର ରୂପ ବଦଳାଉଛି ଏହା କମିବା ବଦଳରେ ବଢୁଛି ବା ସ୍ଥିର ରହୁଛି । ମାତ୍ର ତୃତୀୟ ଲହର ଆସୁ କି ନଆସୁ ସର୍ଭିଲାନ୍ସ ଓ ଟିକାକରଣ ଜାରି ରହିବ ଓ ସ୍ଵାସ୍ଥ୍ୟ ସୁବିଧା ବୃଦ୍ଧି କରାଯିବ ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Breaking News