ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ପୁଣି ଥରେ କରୋନା ସଂକ୍ରମଣ ତାଣ୍ଡବ ରଚିଛି । ଦୈନନ୍ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଧ୍ୟପ୍ରଦେଶର ଭୋପାଳରେ ମୃତକଙ୍କ ସଂଖ୍ୟା ସରକାର ଲୁଚାଉଥିବା ଅଭିଯୋଗ ହୋଇଛି । ସରକାରୀ ରିପୋର୍ଟରେ ମୃତ୍ୟୁ ସଂଖ୍ୟା ୪ ଥିବାବେଳେ ଶ୍ମଶାନ ଘାଟ ଏବଂ କବରସ୍ତାନରୁ ମିଳିଥିବା ତଥ୍ୟ ଅନୁସାରେ ମଙ୍ଗଳବାର ଏଠାରେ ମୃତ୍ୟୁ ସଂଖ୍ୟା ୧୮୭ ମୃତଦେହ ସତ୍କାର କରାଯାଇଥିବାବେଳେ ସରକାରୀ ରେକର୍ଡରେ ମାତ୍ର ୫ ବୋଲି ଦର୍ଶାଯାଇଛି। ଭୋପାଳରେ ଥିବା ଭଦଭଦା, ସୁଭାଷନଗର ଆଦି ଶ୍ମଶାନଘାଟକୁ ପୂର୍ବରୁ ଦୈନିକ ୫ରୁ ୧୦ ମୃତଦେହ ସତ୍କାର ପାଇଁ ଆସୁଥିଲା। ଏବେ ପ୍ରତିଦିନ ୩୫ରୁ ୪୦ ମୃତଦେହ ଆସୁଛି। ସେହିପରି ଝଦା କବରସ୍ତାନରେ ମଧ୍ୟ ସ୍ଥିତି ସଙ୍କଟ ଜନକ ସ୍ଥିତିରେ ପହଞ୍ଚିଛି। ଅଧିକ ସଂଖ୍ୟକ ମୃତଦେହ ପହଞ୍ଚୁଥିବାରୁ କବର ଦେବା କଷ୍ଟକର ହୋଇ ପଡ଼ୁଛି। ସେହିପରି ଶ୍ମଶାନରେ ଦିନରାତି ଜୁଇ ନିଆଁ ଲିଭୁନି। ଏଭଳି ସ୍ଥିତି ଗୁଜରାଟର ସୁରଟରେ ମଧ୍ୟ ସୃଷ୍ଟି ହୋଇଛି। ଶ୍ମଶାନ ଘାଟ ଏବଂ କବରସ୍ତାନ ଆଗରେ ମୃତକଙ୍କ ପରିବାର ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିବା ନେଇ ଦେଖିବାକୁ ମିଳିଛି । ୧୮୭ ମୃତଦେହ ମଧ୍ୟରୁ ଭଦଭଦା ଶ୍ମଶାନଘାଟକୁ ୧୩୩ ମୃତଦେହ ଆସିଥିଲା। ଗୁରୁବାର ୩୧, ଶୁକ୍ରବାର ୨୯, ଶନିବାର ୩୪ ଏବଂ ରବିବାର ୩୯ ମୃତଦେହ ଏଠାରେ ସତ୍କାର ହୋଇଥିଲା। ସେହିପରି ସୁଭାଷ ନଗର ଶ୍ମଶାନଘାଟରେ ଏହି ୪ ଦିନରେ ମୋଟ ୫୪ ମୃତଦେହ ଦାହ କରାଯାଇଛି। କିନ୍ତୁ ସରକାର ଏହି ୪ ଦିନରେ ଭୋପାଳରେ ୫ଟି କୋଭିଡ ମୃତ୍ୟୁ ଘଟିଥିବା ଦର୍ଶାଇଛନ୍ତି।
More Stories
ତାମିଲନାଡୁରେ ଭୂସ୍ଖଳନ,୭ ମୃତ୍ୟୁ…..
୯ ହିନ୍ଦୁ ଗିରଫ କଲା ବାଂଲାଦେଶ ପୋଲିସ….
ମୋ ଘର ଦୂଆର ଏବଂ ଅଫିସ୍ ସବୁବେଳେ ଆପଣମାନଙ୍କ ପାଇଁ ଖୋଲା…..