ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଏୟାରଫିଲ୍ଡ଼ ଥାନା ପଂଚୁପଲ୍ଲୀ ଗାଁରେ ବୋମାମାଡ଼ ହୋଇଛି । ବୋମାମାଡ଼ରେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଗତକାଲି ରାତିରେ ବୋମାମାଡ଼ କରି ଅଭିଯୁକ୍ତ ଫେରାର ମାରିଥିବା ଜଣାପଡିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି । ବୋମାମାଡ଼ରେ ଆହତ ହୋଇଥିବା ୨ ଜଣଙ୍କୁ ଏମ୍ସ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବୋମାମାଡ଼ କରିଥିବା ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ଅକ୍ଷୟ ବୋଲି ସୂଚନା ମିଳିଛି। ଜନ୍ମାଷ୍ଟମୀ ରାତିରେ ହୋଇଥିବା ଗଣ୍ଡଗୋଳକୁ ନେଇ ଏହି ବୋମାମାଡ଼ ହୋଇଛି । ଘଟଣା ସ୍ଥଳରେ କମିଶନରେଟ ପୋଲିସର ତଦନ୍ତ ଚଳାଇଛି |






More Stories
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..