Report Card Odisha

| Daily Odia News

ସରୋଜିନୀ ଖୁଣ୍ଟିଆ AAP ର ଭୁବନେଶ୍ୱର ମେୟର ପ୍ରାର୍ଥୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ପୌର ନିର୍ବାଚନକୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି | ଭୁବନେଶ୍ୱର ପାଇଁ କଂଗ୍ରେସ ଓ ବିଜେଡି ଓ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରିସାରି ଥିବା ବେଳେ ଆମ୍ ଆଦମୀ ପାର୍ଟି ମଧ୍ୟ ପାର୍ଥୀ ଘୋଷଣା କରିଛି । ଭୁବନେଶ୍ୱର ପାଇଁ ସରୋଜିନୀ ଖୁଣ୍ଟିଆଙ୍କ ନାଁ ଘୋଷଣା କରିଛି ଆପ୍ । ସେହିପରି ଡକ୍ଟର ସୁନୀତି ମୁଣ୍ଡଙ୍କୁ ଭୁବନେଶ୍ୱର ମେୟର ପ୍ରାର୍ଥୀ କରିଛି ବିଜେପି । ଏନେଇ ଗତକାଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଘୋଷଣା କରିଛନ୍ତି । ଜଣେ ଲେଖିକା ଭାବେ ସୁନୀତି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ ସମ୍ବଲପୁର ୟୁନିଭର୍ସିଟିରୁ ଓଡ଼ିଆରେ ସ୍ନାତକୋତ୍ତର ହାସଲ କରିଛନ୍ତି । ଅନ୍ୟପଟେ ଗତକାଲି ୩ ଟି ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଭୁବନେଶ୍ୱର ପାଇଁ ସୁଲୋଚନା ଦାସ ହୋଇଛନ୍ତି ବିଜେଡିର ମେୟର ପ୍ରାର୍ଥୀ । ଏହା ସହ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର ପଦବୀ ପାଇଁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ । ଏ ନେଇ ବିଧିବଦ୍ଧ ଭାବେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ନାଁ ଘୋଷଣା କରିଛନ୍ତି ।

Breaking News