ରିପୋର୍ଟ କାର୍ଡ / କୋଦଳା
ଅନ୍ଧ ବିଶ୍ବାସର କରୁଣ ପରିଣତି। ଗୁଣୀ ସନ୍ଦେହରେ ଜଣେ ମହିଳାଙ୍କୁ ଅଟକ ରଖିବା ପରେ ଗାଁ ରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ଘଟଣା ସ୍ଥଳରେ ପହ ଞ୍ଚି ଅଟକ ମହିଳାଙ୍କୁ ଉଧ୍ଯାର କରି ଥାନାକୁ ଆଣିଥିବା ଜଣାପଡିଛି। ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବେରୁଆଁବାଡି ପଞ୍ଚାୟତର ଜେ ରାମପଲୀ ଗ୍ରାମରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା। ସୂଚନା ଅନୁସାରେ ଉକ୍ତ ଗ୍ରାମର ଯୁଧିଷ୍ଠିର ପଳତା କଂ ଦୁଇ ଝିଅ କିଛି ଦିନ ଧରି ଦୁରାରୋଗ୍ୟ ରେ ପୀଡିତ ହେଉଛନ୍ତି ଏବଂ ବିଭିନ୍ନ ସ୍ଥାନରେ ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇ ଘରେ ଅଛନ୍ତି। ତେବେ ଦୁଇ ଝିଅକଂ ଏଭଳି ଦୁରାରୋଗ୍ୟ କୁ ନେଇ ବାପା ମା ଗୁଣୀ ହୋଇଥିବା ସନ୍ଦେହ କରୁଛନ୍ତି।ଉକ୍ତ ଗ୍ରାମର ସରସ୍ଵତୀ ଗୌଡ଼ ନାମକ ଜଣେ ବୃଦ୍ଧା ମହିଳାଙ୍କୁ ଗୁଣୀ କରିଥିବା ନେଇ ସନ୍ଦେହ କରି ଗାଁ ରେ ଯୁଧିଷ୍ଠିରଙ୍କ ପରିବାର ପକ୍ଷରୁ ଦାବି କରାଯିବା ପରେ ଉଭୟକଂ ମଧ୍ୟରେ ଉପୁଜିଥିଲା ବିବାଦ। ପରିସ୍ଥିତି ଅପ୍ରିତିକର ହେବା ଆଶଙ୍କା କରି ପୋଲିସ ସଂପୃକ୍ତ ମହିଳାଙ୍କୁ ଥାନାକୁ ଆଣିଥିବା ବେଳେ ଏ ଘଟଣାରେ ଉଭୟ ପରିବାରଙ୍କ ସହ ଆଲୋଚନା କରିବାକୁ ସ୍ଥିର କରିଥିବା ସୂଚନା ମିଳିଛି।






More Stories
୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର…..
ନୀତୀଶ ହେବେ ଉପ-ପ୍ରଧାନମନ୍ତ୍ରୀ !…..
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..