ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର
ଭୁବନେଶ୍ୱର ବିମାନବନ୍ଦରରୁ ରାଜସ୍ଥାନ ଓ ଗୋଆକୁ ସିଧାସଳଖ ବିମାନ ଉଡ଼ିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା ନଭେମ୍ବର ୨ ଭୁବନେଶ୍ୱରରୁ ରାଜସ୍ଥାନ ଜୟପୁରକୁ ସିଧାସଳଖ ବିମାନ ଉଡ଼ିବ । ସେହିପରି ଡିସେମ୍ବର ୧ ରୁ ଭୁବନେଶ୍ୱରରୁ ଗୋଆକୁ ବିମାନ ସେବା ଆରମ୍ଭ ହେବ । ସପ୍ତାହରେ ଜୟପୁରକୁ ୩ ଥର ଓ ଗୋଆକୁ ଦୈନିକ ଉଡ଼ିବ ଇଣ୍ଡିଗୋ ବିମାନ । ଏ ନେଇ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ । ସୂଚନାଯୋଗ୍ୟ ଯେ, ଗତ ସେପ୍ଟମ୍ବର ୧୭ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏ ସମ୍ପର୍କରେ ପତ୍ର ଲେଖିଥିଲ । ସେ ଇଣ୍ଡିଗୋ ପକ୍ଷରୁ ନଭେମ୍ବର ୨ରୁ ଭୁବନେଶ୍ୱରରୁ ଜୟପୁର ଓ ଡିସେମ୍ବର ୧ରୁ ଭୁବନେଶ୍ୱରରୁ ଗୋଆକୁ ବିମାନ ଉଡ଼ିବ ବୋଲି ସିନ୍ଧିଆ ଚିଠିର ପ୍ରତ୍ୟୁତ୍ତର ଦେଇଛନ୍ତି । ତେବେ କଥା ରଖିଥିବାରୁ ଶ୍ରୀ ପ୍ରଧାନ ଏଥିପାଇଁ ସିନ୍ଧିଆଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….