ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭୁବନେଶ୍ୱର ସ୍ଥିତ ଆଲେନ୍ ଇନଷ୍ଟିଚ୍ୟୁଟ୍ରୁ ୨୦ରୁ ଅଧିକ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଇନଷ୍ଟିଚ୍ୟୁଟ୍କୁ ସିଲ୍ କରିଛି ବିଏମସି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଇନଷ୍ଟିଚ୍ୟୁଟ୍ ଭିତରେ ଥିବା ହଷ୍ଟେଲ/ମେସ୍କୁ ପ୍ରବେଶ ବାରଣ କରାଯାଇଥିବା ବେଳେ କେହିବି ଇନଷ୍ଟିଚ୍ୟୁଟ୍ ଭିତରକୁ ପ୍ରବେଶ କିମ୍ବା ବାହାରକୁ ବାହାରିବା ଲାଗି ଅନୁମତି ନାହିଁ। କେବଳ ସ୍ୱୀକୃତିପ୍ରାପ୍ତ ବିଏମସି ଅଧିକାରୀଙ୍କୁ ଇନଷ୍ଟିଚ୍ୟୁଟ୍ ଭିତରକୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଆଲେନ୍ ଇନଷ୍ଟିଚ୍ୟୁଟ୍ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ଆଜିକୁ ୮ ଦିନ ହେଲା ଇନଷ୍ଟିଚ୍ୟୁଟ୍ ବନ୍ଦ ରହିଛି। BMC ପକ୍ଷରୁ ଟେଷ୍ଟିଂ ପାଇଁ କୁହାଯାଇଥିଲା। ଟେଷ୍ଟ ପରେ ପିଲାଙ୍କର ରିପୋର୍ଟ ପଜିଟିଭ ଆସିଛି।






More Stories
ଦୁବେଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ…..
ଗୁଜବ ସୃଷ୍ଟିକାରୀଙ୍କ ଉପରେ ହେବ ଆକ୍ସନ୍…..
ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ…..