Report Card Odisha

| Daily Odia News

ଭୁବନେଶ୍ୱରରେ ୩ ଡ୍ୟାନ୍ସ ବାର୍ ସିଲ୍,୪୦ ବାର୍ ଗର୍ଲ ଅଟକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱରରେ ବେଆଇନ୍ ଭାବରେ ଚାଲିଥିଲା ଡ୍ୟାନ୍ସ ବାର୍ । ନାଚ ଗୀତର ଆସର ସାଙ୍ଗକୁ ବାରରେ ଉଡୁଥିଲା ପୁଳା ପୁଳା ନକଲି ନୋଟ୍ । କୌଣସି ସୂତ୍ରରୁ ଖବର ପାଇ ବାର ଉପରେ ଗତକାଲି ରାତିରେ ଅଚାନକ ରେଡ୍ କରିଥିଲା ପୋଲିସ ଓ ଅବକାରୀ ବିଭାଗ ଟିମ୍ । ୩ଟି ବାରକୁ ସିଲ୍ କରାଯାଇଛି । ଆଉ ୨ଟି ବାରକୁ ଲାଇସେନ୍ସ ରଦ୍ଦ କରାଯିବା ନେଇ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ଗତକଲି ବେଆଇନ୍ ଭାବରେ ବାର୍ ଚାଲିଥିବା ଅଭିଯାଗରେ ୫ଟି ବାର୍ ଉପରେ ରେଡ୍ ହୋଇଥିଲା । ଏଥିରୁ ୩ଟି ବାର୍ ନଶା, ଲାଇଭ୍ ଇଟ୍ ଅପ୍ ଓ ଏକାମ୍ରକୁ ସିଲ୍ କରାଯାଇଛି । ସେହିପରି କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗରେ ଦୁଇଟି ବାରକୁ ଜାରି ହୋଇଛି କାରଣ ଦର୍ଶାଅ ନୋଟିସ୍ । ରେଡ୍ ବେଳେ ବାର୍ ଭିତରୁ ପୋଲିସ ଓ ଅବକାରୀ ଟିମ୍ ପୁଳା ପୁଳା ନକଲି ଟଙ୍କା ପାଇଥିଲେ । ରେଡ୍ ବେଳେ ୪୦ ବାର୍ ଗର୍ଲ ଓ କିଛି କର୍ମଚାରୀଙ୍କୁ ପୋଲିସ ଅଟକ ରଖିଥିଲା । ପଚରାଉଚରା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି । କରୋନା କଟକଣା ଓ ଗାଇଡଲାଇନକୁ ରାଜଧାନୀର ବିଭିନ୍ନ ବାର୍ ଖୋଲା ଉଲ୍ଲଂଘନ କରୁଛନ୍ତି । ପୂର୍ବରୁ ବିଭିନ୍ନ ସମୟରେ ବି ବାର ଉପରେ ଚଢ଼ାଉ କରି କାର୍ୟ୍ୟାନୁଷ୍ଠାନ ନେଇଛି ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ।

Breaking News